ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲାରେ ନୂତନ ଭାବେ O.U.W.J ସାମ୍ବାଦିକ ସଂଘ ଗଠିତ

Jan 7 2023 9:06PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ତଥା ୧୦ ଟି ବ୍ଲକ୍ ରୁ ଆସିଥିବା ସାମ୍ବାଦିକଙ୍କୁ ନେଇ ଏକ ଟ୍ରେଡ଼ ୟୁନିଅନ ମାନ୍ୟତପ୍ରାପ୍ତ ସାମ୍ବାଦିକ ସଂଘ, ଓଡିଶା ୟୁନିଅନ ଅଫ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ସଂଘ ଗଠନ ହୋଇଯାଇଛି.ଏହି ସାମ୍ବାଦିକ ସଂଘର ପ୍ରଥମ ସାଧାରଣ ପରିଷଦ ବୈଠକ ନବରଙ୍ଗପୁର ସ୍ଥାନୀୟ P.W.D ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଓଡିଶା ରାଜ୍ୟ O.U.W.J. ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ରାଜ୍ୟ କୋଡିନେଟର ମହେନ୍ଦ୍ର ଚୌଧୁରୀ, କୋରାପୁଟ କୋଡିନେଟର ତପନ ହିଆଲ ଯୋଗ ଦେଇଥିଲେ. ଏଥିରେ ସର୍ବସମ୍ମତିକ୍ରମେ ବାର୍ଥ ହରିଜନକୁ ଜିଲ୍ଲା ସଭାପତି, ହିମାଂଶୁ ଶେଖର ବାଘଙ୍କୁ ଜିଲ୍ଲା ଉପ ସଭାପତି, ଅଶୋକ ସାହୁଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ, ଶେଖର ଖୁରାଙ୍କୁ ସାଙ୍ଗଠନିକ ସମ୍ପାଦକ, ସନ୍ତୋଷ ଷଡ଼ଙ୍ଗୀଙ୍କୁ ସମ୍ପାଦକ ଦାୟିତ୍ୱ ଓ ଲାଲୁ କର୍କରlଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା. ମୁଖ୍ୟ ଅତିଥି ନିରଞ୍ଜନ ବିଶ୍ୱାଳ ସଂଘ ଗଠନର ଆବଶ୍ୟକତା ଓ ଉପକାରିତା ବିଷୟରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ ଓ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକଙ୍କୁ ଓ ୟୁ.ଡବ୍ଲୁ. ଜେ ସଙ୍ଘର ପରିଚୟପତ୍ର ପ୍ରଦାନ କରିଥିଲେ. ଆଗାମୀ ଦିନରେ ସଙ୍ଘକୁ ତୃଣମୂଳ ସ୍ତରରେ ପହଂଚାଇବା ସହ ସଙ୍ଘର ସମସ୍ତ ସଭ୍ୟଙ୍କ ସୁଖଦୁଃଖରେ କର୍ମକତା ପହଁଚିବା ସହ ଏହାକୁ ଜିଲ୍ଲାରେ ଏକ ନମ୍ବର ସାମ୍ବାଦିକ ସଂଘ କରିବାକୁ ଶପଥ ନେଇଥିଲେ.ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଶେଖର ଖୁରା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ।