ପୁରା ଖବର ବିଷୟରେ



ଗୁଡ଼ାରୀ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା ଏକ ଅଟୋ ସ‌ହ ୧ କୁଇଣ୍ଟାଲ ୮କେଜି ଗଞ୍ଜେଇ ଜବତ ଜଣେ ଗିରଫ ।

Dec 29 2022 7:45PM
( ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଅବକାରୀ ଥାନା ଗୁଡ଼ାରୀକୁ ମିଳିଛି ବଡ଼ ସଫଳତା ଏକ ଅଟୋ ସ‌ହ ୧ କୁଇଣ୍ଟାଲ ୮ କେଜି ଗଞ୍ଜେଇ ଜବତ ଜଣେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ଥାନା ଗୁଡ଼ାରୀ ପୋଲିସ । ଏହି ପରିପ୍ରେକ୍ଷୀରେ ଅବକାରୀ ଥାନା ଗୁଡ଼ାରୀ ଆରକ୍ଷୀ ନିରିକ୍ଷକ ଶ୍ରୀ ରଘୁନାଥ ମୁଣ୍ଡା ଲୋହାର, କନେଷ୍ଟବଳ ସନ୍ତୋଷ ଛତି ଏବଂ ନବିନ ଚିନ୍ତାଡା ଉପସ୍ଥିତ ରହିଥିଲେ । ସୂଚନା ଥାଉକି ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅବିରାମ ବେହେରାଙ୍କ ନିର୍ଦ୍ଦେଶନାରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମ ଛକ ନିକଟରେ ସକାଳ ସାଢେ଼ ୭ ଘଣ୍ଟା ସମୟରେ ଅବକାରୀ ଥାନା ଗୁଡ଼ାରୀ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ କରିବା ସହ ଛକି ବସିଥିବା ବେଳେ ଅପର ପକ୍ଷରୁ AP 35 Y 1266 ନମ୍ବର ବିଶିଷ୍ଟ ଏକ ଅଟୋ ଦୃତ ଗତିରେ ଆସୁଥିବା ଦେଖିବାକୁ ମିଳିଥିଲା। ଚତୁରତାର ସହ ଆଟୋକୁ ଅଟକାଇ ତନଖି କରିଥିବା ବେଳେ ୪ଗୋଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଗଂଜେଇର ପରିମାଣ ସର୍ବମୋଟ ୧କୁଇଁଟାଲ ୮କେଜି ହୋଇଥିବା ବେଳେ ମୋଟ ଆନୁମାନିକ ମୂଲ୍ୟ ୧ କୋଟି ୮୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ଅଟୋ ସ‌ହ ୧ କୁଇଣ୍ଟାଲ ୮କେଜି ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତି ପଦ୍ମପୁର ବ୍ଲକ ଅନ୍ତର୍ଗତ ଜାତିଲି ପଞ୍ଚାୟତ, ସୌରା ରେଲା ଗ୍ରାମର ଶ୍ରୀ ମାଙ୍ଗଡା ଶବରଙ୍କ ପୁତ୍ର ଶ୍ରୀ ଫାଲଗୁନି ଶବରଙ୍କୁ ଅବକାରୀ ଥାନା ଗୁଡ଼ାରୀ କେସ PR NO 226/22-23 NDPS act ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।