ପୁରା ଖବର ବିଷୟରେ



ଲୋକ ମହୋତ୍ସବ ଚଇତି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ.

Dec 27 2022 12:39PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ନୂଆ ବରଷରେ ନୂଆ ସମ୍ଭାର ନେଇ ଆସୁଛି ଲୋକ ମହୋତ୍ସବ ଚଇତି, ଆସନ୍ତା ଜାନୁଆରୀ ୩-୨୦୨୨ ତାରିଖରେ ଅନୁଷ୍ଠିତ ହେବ ଚଇତି ମହୋତ୍ସବ, ସେଥିପାଇଁ ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ କାର୍ଯ୍ୟାଳୟ ସଦଭାବନା କକ୍ଷରେ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଏବଂ ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବରଙ୍କ ସଭାପତିତ୍ୱରେ ବ୍ଳକ ସ୍ତରୀୟ ଲୋକ ମହୋତ୍ସବ ଚଇତି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର, ଅତିରିକ୍ତ ତହସିଲଦାର ଶ୍ରୀ ହୃଷିକେଶ ପଣ୍ଡା,ଉପାଧ୍ୟକ୍ଷ ଶ୍ରୀ ବିଶ୍ବନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା ମଞ୍ଚାସିନ ରହିଥିବା ବେଳେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ, ଏ.ପି.ଓ. ଶ୍ରୀ ବିଶିକେଶନ ଲିମା, ଏ.ଇ.ସଶ୍ମିତା ଶବର,ଏ.ଇ ଆର.ଡବ୍ଳ୍ୟୁ.ଏସ.ଏସ.ଶ୍ରୀ ନିଳାଞ୍ଚଳ ପଣ୍ଡା, ଡବ୍ଳ୍ୟୁ.ଇ.ଓ. ଶ୍ରୀ ପ୍ରଦୀପ କୁମାର ଶର୍ମା, ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବର,ଏ.ବି.ଇ.ଓ. ଶ୍ରୀ ନବକୃଷ୍ଣ ଗମାଙ୍ଗ,ବି.ପି.ଏମ.ଶ୍ରୀ ମାନସ ରଞ୍ଜନ ବାରିକ, ବ୍ଳକର ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କୃଷି ଅଧିକାରୀ, ସମନ୍ଵିତ ଶିଶୁ ବିକାଶ କର୍ମଚାରୀ,ଏନ୍.ଏ.ସି. କର୍ମଚାରୀ, ଏବଂ ଗଣପ୍ରତିନିଧି ମାନଙ୍କ ଉପସ୍ଥିତରେ ଚଇତି ମହୋତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଗତ ଚଇତି ମହୋତ୍ସବ ଓ ଚଳିତ ଚଇତି ମହୋତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଚଇତି ମହୋତ୍ସବ ପାଳନ ନିମନ୍ତେ ଗଙ୍ଗା ଆବାହନ ଠାରୁ ଆରମ୍ଭ କରି ଉଦଯାପନ ପର୍ଯ୍ୟନ୍ତ କିପରି ପରିଚାଳନା କରାଯିବ ସେଥିପାଇଁ କମିଟି ମାନ ଗଠନ କରାଯାଇଥିଲା ଏବଂ ତା'ର ଏକ ଚିଠା ପ୍ରସ୍ତୁତ କରିଥିଲେ ।