ପୁରା ଖବର ବିଷୟରେ



ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଗବେଷଣା ପଦ୍ଧତି ସମ୍ପର୍କିତ ଏକ ତିନିଦିଆ କର୍ମଶାଳା ଅନୁଷ୍ଠିତ

Dec 24 2022 9:34AM
(ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ତା-୨୧.୧୨.୨୨ ଠାରୁ ତା-୨୩.୧୨.୨୨ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାକୁ ରାୟଗଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍‍ଟର. ପ୍ରସନ୍ନ କୁମାର ଗନ୍ତାୟତ ତା-୨୧.୧୨.୨୨ ଦିନ ଉଦ୍‍ଘାଟନ କରିବା ସହିତ ଏହି କାର୍ଯ୍ୟକ୍ରମର ତାପର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ବିଶିଷ୍ଟ ରାଜନୀତି ବିଜ୍ଞାନ ବିଶାରଦ ଓ ଗବେଷକ ଡକ୍‍ଟର ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଗବେଷଣାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଗବେଷଣାର ସମାଜ ଓ ରାଷ୍ଟଗଠନର ଭୂମିକାକୁ ଦର୍ଶାଇଥିଲେ । ଏହି କର୍ମଶାଳାର ପ୍ରଥମ ଦିନ (ତା-୨୧.୧୨.୨୨) ରାସାୟନ ବିଜ୍ଞାନର ଅଧ୍ୟାପକ ଡକ୍‍ଟର. ପ୍ରଦୀପ କୁମାର ସାମନ୍ତରାୟ, ବିକ୍ଷୟବସ୍ତୁ ବିଶ୍ଲେଷଣ ଏବଂ ଗେବେଷଣା ରିପୋର୍ଟ ଲେଖା ଉପରେ ରାଜନୀତି ବିଜ୍ଞାନର ପି.ଜି. ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ lଦ୍ୱିତୀୟ ଦିନ ତା-୨୨.୧୨.୨୨, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ସୁମନ୍ତ କୁମାର ସାହୁ "ପରିସଂଖନ ଧାରଣା ଏବଂ ଆବୃତ୍ତି ବଣ୍ଟନ ସମ୍ପଦ୍ଧିତ ବକ୍ତବ୍ୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପରିଶେଷରେ ପରିସଂଖନ (Problem Solving ) ସମାଧାନ କରିବାଲାଗି ଦେଇଥିଲେ । କର୍ମଶାଳାର ତୃତୀୟ ତଥା ଶେଷ ଦିନରେ ଅର୍ଥନୀତି ବିଭାଗର ଅଧ୍ୟାପକ ଡକ୍‍ଟର. ଟୁବଲ କୁମାର ବେନିଆ ସମାଜବିଜ୍ଞାନରେ ତଥ୍ୟ ବିଶ୍ଲେଷଣ ଉପରେ ପି.ଜି. ଛାତ୍ରଛାତ୍ରୀମାନଙ୍କ ନିର୍ଦ୍ଦେଶାବାଳୀ ପ୍ରଦାନ କରିଥିଲେ ।ତତ୍‍ପରେ ଅର୍ଥନୀତି ବିଭାଗ ମୁଖ୍ୟ ଡକ୍‍ଟର. ବବିଲତା ସରାଫ ଗବେଷଣା କର୍ମଶାଳାର ଉପସଂହାର ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ସମାଜ ବିଜ୍ଞାନ ଅନୁସନ୍ଧାନ ଦିଗରେ ଲେଖ/ପ୍ରବନ୍ଧ ପ୍ରସ୍ତୃତ କରିବା ଲାଗି ମାର୍ଗଦର୍ଶନ କରିଥିଲେ । ଏହି କର୍ମଶାଳାରେ ରାଜନୀତି ବିଜ୍ଞାନ ସହିତ ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ଏହି ତିନିଦିନିଆ କର୍ମଶାଳାକୁ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ.ପି. ଅରୁନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କର୍ମଶାଳାକୁ ଅଧ୍ୟାପିକା ମାନସୀ ମହାନ୍ତି ସଂଯୋଜନା କରିଥିଲେ । ଏହି ଅବସରରେ ଆଧ୍ୟାପିକା ଡକ୍‍ଟର. ସୁଧା ରାଣୀ ନାୟକ, ଶ୍ରୀ ନିତି ମିନିୟାକା ଓ ଶ୍ରୀ ଶିବ ପ୍ରସାଦ ପିଡିକା ଉପସ୍ଥିତ ରହିଥିଲେ । ଏହି କର୍ମଶlଳାରେ ଛାତ୍ରଛାତ୍ରୀଙ୍କୁ ତାଲିମ୍‍ ପ୍ରଦାନ କରାଇଥିବା ତିନିଜଣ ଅଧ୍ୟାପକଙ୍କୁ କୃତଜ୍ଞତା ପ୍ରମାଣପତ୍ର ସହିତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଶେଷରେ ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପିକା ଡକ୍‍ଟର. ମାନସୀ ମହାନ୍ତି, ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରମାନଙ୍କ ପାଇଁ କର୍ମଶାଳା ଶେଷରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ହରଭେଷ୍ଟ୍ ଅଫ୍ ହଙ୍ଗର ପ୍ରଦର୍ଶିତ ହୋଇଥିଲା |