ପୁରା ଖବର ବିଷୟରେ



ଗୁଡ଼ାରୀ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା ୪୨ କେଜି ଗଞ୍ଜେଇ,ଏକ ହୋଣ୍ଡା ସାନ୍ତୋର କାର ଜବତ୍ ସହ ୨ ଜଣ ଗିରଫ ।

Dec 19 2022 9:11AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଅବକାରୀ ବିଭାଗ ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅବିରାମ ବେହେରାଙ୍କ ନିର୍ଦ୍ଦେଶନାରେ ଗୁଡ଼ାରୀ ଅବକାରୀ ବିଭାଗ ଓ ଜିଲ୍ଲା ଅବକାରୀ ମୋବାଇଲ ଟିମ୍ ମିଳିତ ସହଯୋଗରେ ମୁଚୁକି ପଦର ଛକ ନିକଟସ୍ଥ ମୂଖ୍ୟ ରାସ୍ତାରେ ୪୨ କେଜି ଗଞ୍ଜେଇ ଓ ଏକ ହୋଣ୍ଡା ସାନ୍ତୋର କାର ଜବତ୍ ସହ ୨ ଜଣ ଗଂଜେଇ ମାଫିଆଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ ଗୁଡ଼ାରୀ ଅବକାରୀ ବିଭାଗ ଓ ଜିଲ୍ଲା ଅବକାରୀ ମୋବାଇଲ ଟିମ୍ କୋୖଣସି ସୂତ୍ରରୁ ଖବର ପାଇ ମୁଚୁକି ପଦର ମୂଖ୍ୟ ରାସ୍ତା ଛକ ନିକଟରେ ଛକି ବସିଥିବା ବେଳେ ପ୍ରାୟ ଦିବା ଏଗାର ଘଣ୍ଟା ସମୟରେ ଏକ କାର କେନ୍ଦୁଗୁଡା ଦିଗରୁ ଦୃତ ଗତିରେ ଆସୁଥିବା ଦେଖିବାକୁ ମିଳିଥିଲା । ଉକ୍ତ କାରକୁ ଅତି ଚତୁରତାର ସହ ଅଟକାଇ ଯାଞ୍ଚ୍ କରିଥିଲେ । ଯାଞ୍ଚ୍ ବେଳେ ଦୁଇଟି ଧଳା ରଙ୍ଗର ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଉକ୍ତ ଗଞ୍ଜେଇକୁ ଜବତ୍ କରି ଓଜନ କରିଥିଲେ ।ଜରି ବସ୍ତା ସହ ସର୍ବମୋଟ ୪୨ କେଜି ଓ OR 02 AN 2145 ନମ୍ବର ବିଶିଷ୍ଟ ହୁଣ୍ଡା ସନ୍ତୋର କାର ଜବତ୍ କରିବା ସହ ଦୁଇ ଜଣ ବ୍ୟକ୍ତି (୧) ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମପଞ୍ଚାୟତର ବିଡିକା ନଗରର ଦିପକ ଲିମା, ବ:୨୭ ବର୍ଷ, ପିତା: ହେନେରି ଲିମା ଓ (୨) ଉକ୍ତ ଅଳର ଜୀବଜଗତ ପୁର ଗ୍ରାମର ୨୬ ବର୍ଷିୟ ସିଦ୍ଧାନ୍ତ ପାଳ, ପିତା: ଇଶାକ ପାଳ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଆସାମିକୁ ଗିରଫ କରି ଅବକାରୀ ବିଭାଗ ଥାନା କେସ ନମ୍ବର ୨୧୭ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ଶ୍ରୀ ଅବିରାମ ବେହେରା, ସବ୍ ଇନ୍ସପେକ୍ଟର ଶ୍ରୀ ହିତାଂଶୁ ମଲିକ, ଅବକାରୀ ବିଭାଗ ଥାନା ଗୁଡ଼ାରୀ ଅଧିକାରୀ ଶ୍ରୀ ରଘୁନାଥ ମୁଣ୍ଡାଲୋହାର, ଏ.ଏସ.ଆଇ. ଶ୍ରୀ ମାଝୀ ଗୋୖରୀ ପଟ୍ଟନାୟକ, କନେଷ୍ଟବଳ ଶ୍ରୀ ସନ୍ତୋଷ ଛତ୍ରୀ ଉପସ୍ଥିତ ରହିଥିଲେ ।