ପୁରା ଖବର ବିଷୟରେ



ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକରେ "ଆଦିବାସୀ କୁଡୁମୀ ସମାଜର ବ୍ଲକ କମିଟି ଗଠନ।

Dec 3 2022 9:40PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ଗୁରୁବାର ଦିନ ଅପରାହ୍ନରେ ଆଦିବାସୀ କୁଡୁମୀ ସମାଜର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଆଦିବାସୀ କୁଡୁମୀ ସମାଜର ବୈଠକ ଖୁଣ୍ଟା ବ୍ଲକ ଅନ୍ତର୍ଗତ ଦେଉଳା ଡ଼ିହି ଗ୍ରାମରେ ଅନୁଷ୍ଠିତ ହୋଇଥିଲା।ସମସ୍ତ ଅତିଥି ମାନଙ୍କୁ କୁଡୁମୀ ଜାତିର ରୀତିନୀତି ଅନୁସାରେ ବିପୁଳ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଉପସ୍ଥିତ ସମାଜ।ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କୁଡୁମୀ ସମାଜର ରାଜ୍ୟ ସଭାପତି ଶ୍ରୀ ମନୋଜ କୁମାର ମହାନ୍ତ,ଉପଦେଷ୍ଟା କୃପାସିନ୍ଧୁ ମହାନ୍ତ, ରାଜ୍ୟ ସଂଯୋଜକ ଶ୍ରୀ ସଂଜୀବ କୁମାର ମହାନ୍ତ,ଜିଲ୍ଲା ସଂଯୋଜକ ଯଦୁମଣି ମହାନ୍ତ, ସମ୍ପାଦକ କୋମଳ ଲୋଚନ ମହାନ୍ତ ପ୍ରମୁଖ ଯୋଗଦେଇ ସମଗ୍ର କୁଡୁମି ସମାଜ ନିଜର ନାର୍ଯ୍ୟ ଦାବି ସ୍ୱମ୍ବିଧାନିକ ମୌଳିକ ଅଧିକାରକୁ ପୁନର୍ବାର ଏସ ଟି ସୂଚୀରେ ସାମିଲ ପାଇଁ ସଂଗଠିତ ହୋଇ କେନ୍ଦ୍ରୀୟ ସଭାପତି ଶ୍ରୀ ଅଜିତ ମାହାତଙ୍କ ଡ଼ାକରାରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆହ୍ୱାନ ଦେଇଥିଲେ।ନିଜର ଭାଷା, ସଂସ୍କୃତି, ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଦିବାସୀ କୁଡୁମୀ ସମାଜର ସମସ୍ତ କର୍ମକର୍ତ୍ତା ଜୟ କରମ ରାଜା ଙ୍କର ନାମ ନେଇ ଶପଥ ଗ୍ରହଣ କରିଛନ୍ତି।ସର୍ବସମ୍ମତି କ୍ରମେ ନବ ନିର୍ବାଚିତ ଖୁଣ୍ଟା ବ୍ଳଜ କମିଟି ସଭାପତି ଭାବେ ଶ୍ରୀ ଗଣେଶ ମହାନ୍ତ, ସାଧାରଣ ସମ୍ପାଦକ ଶ୍ରୀ ଭବାନୀ ମହାନ୍ତ, ଉପସଭାପତି ଶ୍ରୀ ପ୍ରମୋଦ କୁମାର ମହାନ୍ତ,, ସମ୍ପାଦକ ଶ୍ରୀ ହେମେନ୍ଦ୍ୱ ମହାନ୍ତ, ତ୍ରିନାଥ ମହାନ୍ତ, ଯୁଗଳ ମହାନ୍ତ, ଉପଦେଷ୍ଟା, ପରକ୍ଷିତ ମହାନ୍ତ, ରତିକାନ୍ତ ମହାନ୍ତ, ପରେଶ ମହାନ୍ତ ପ୍ରମୁଖ ନିର୍ବାଚିତ ହୋଇ ଥିବା ବେଳେ ମହିଳା ମୋର୍ଚ୍ଚା ତରଫରୁ ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ମହାନ୍ତ, ସମ୍ପାଦିକା ଶ୍ରୀମତୀ ନିର୍ମଳା ମହାନ୍ତ, ଉପସଭାପତି ଶ୍ରୀମତୀ ଝାଲ ମଣି ମହାନ୍ତ, ଶ୍ରୀମତୀ ମାନିକେଶ୍ୱରୀ ମହାନ୍ତ ,ଉପଦେଷ୍ଟା ଶ୍ରୀମତି ସୁମିତା ମହାନ୍ତ ପ୍ରମୁଖ ନିର୍ବାଚିତ ହୋଇଥିଲେ।ଆଗାମୀ ଦିନରେ କୁଡୁମୀ ଜାତିକୁ ଆଦିବାସୀ ସୂଚୀରେ ସାମିଲ ଦାବିରେ ଆନ୍ଦୋଳନ କୁ ତୀବ୍ରତର କରିବା ସମସ୍ତେ ସଂକଳ୍ପ ନେଇଛନ୍ତି।