ପୁରା ଖବର ବିଷୟରେ



ଧାମନଗର ବ୍ଲକ CDPO କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମଚାରୀ ମାନଙ୍କର ଧାରଣା ଓ ପ୍ରତିବାଦ ----

Nov 25 2022 1:23PM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ଧାମନଗର ବ୍ଲକ ଅନ୍ତର୍ଗତ ଧାମନଗର CDPO କାର୍ଯ୍ୟାଳୟ ସମ୍ମୁଖରେ ଧାମନଗର ବ୍ଲକର ଥିବା ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀ ମାନେ ଶାନ୍ତିଶୃଙ୍ଖଳା ର ସହିତ ଧାରଣାରେ ବସିଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ-ଅଙ୍ଗନବାଡି କର୍ମଚାରୀ ମାନଙ୍କର ଦୀର୍ଘ ଦିନର ଦାବି ପୁରଣ ପାଇଁ ଆଜି ଅଙ୍ଗନବାଡ଼ି କର୍ମଚାରୀ ସଂଘ ଏପରି ଧାରଣାରେ ବସିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ଙ୍କର ମୁଖ୍ୟ ଦାବି ଗୁଡିକ ଥିଲା- 2018 ଆନ୍ଦୋଳନ ସମୟରେ ବହିସ୍କୃତ ହୋଇଥିବା 6 ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ। ଅଙ୍ଗନବାଡ଼ି କର୍ମଚାରୀ ଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଦିଆଯାଉ। ଯେତେଦିନ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ର ମାନ୍ୟତା ଦିଆଯାଇ ନାହିଁ, ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ 18 ହଜାର ଟଙ୍କା ଏବଂ ସହାୟିକା ମାନଙ୍କୁ 9 ହଜାର ଟଙ୍କା ପ୍ରଦାନ କରାଯାଉ। ଏହିପରି 8 ଗୋଟି ଦାବି ସରକାର ଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଏପରି ଧାରଣାରେ ବସିଛନ୍ତି। ଯଦି ଏହି ଦାବି ଗୁଡ଼ିକୁ ସରକାର ପୁରଣ ନ କରନ୍ତି ତେବେ ସବୁଦିନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲିବ ବୋଲି ଚେତାବନୀ ଦେଇଛନ୍ତି।