ପୁରା ଖବର ବିଷୟରେ



ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

Nov 24 2022 4:41PM
ମୟୁରଭଞ୍ଜ (ଉଦଳା) :- (ବ୍ୟୁରୋ ) ଛାତ୍ରଙ୍କୁ ବିଦ୍ୟାଳୟରେ ନିସ୍ତୁକ ମାଡ। ମାଡ଼ରେ ଛାତ୍ର ଗୁରୁତର। ଥାନାର ଦ୍ଵାରସ୍ଥ ହେଲେ ପରିବାର ଲୋକ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପ୍ରା ବିଦ୍ୟାଳୟରେ। ସୂଚନାନୁଯାୟୀ କପ୍ତିପଦା ଉପ୍ରା ବିଦ୍ୟାଳୟରେ ପଢୁଥିବା ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ ବେହେରା ବୁଧବାର ସ୍କୁଲକୁ ଯାଇଥିଲେ। ମଧ୍ୟାହ୍ନ ସମୟରେ ଶୁଭ ବିଦ୍ୟାଳୟ ପାଖରେ ଥିବା ନାଳରୁ ବାଡ଼ି ସାହାଯ୍ୟରେ ଏକ ମୃତ ସାପକୁ ଉଠାଇଥିଲେ ଯାହା ବାବଦରେ ଅନ୍ୟ ଛାତ୍ରମାନେ ଶିକ୍ଷକଙ୍କ ନିକଟରେ କହିବା ପରେ ଶିକ୍ଷକ ଜୟନ୍ତ କୁମାର ମଲ୍ଲିକ କିଛି ନବୁଝି ଶୁଭ ବେହେରାକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିଥିଲେ। ଫଳରେ ଶୁଭ ଗୁରୁତର ହୋଇଥିଲେ। ସେ ଘରକୁ ଫେରିବାର ଦୀର୍ଘ ସମୟ ପରେ ପରିବାର ଲୋକ ଏସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।