ପୁରା ଖବର ବିଷୟରେ



ରାଷ୍ଟ୍ରପତିଙ୍କୁ ନେଇ TMC ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ବିଜେପି ର ଉଦଳା ଥାନା ରେ ଏତଲା

Nov 13 2022 5:06PM
(ରାଜିବ ବେହେରାଙ୍କ ରିପୋର୍ଟ) ଭରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀଙ୍କ ପ୍ରତି ଅଶାଳୀନ ଓ ଆଇନ ବିରୋଧୀ ମନ୍ତବ୍ୟ ଦେଇ ବର୍ତ୍ତମାନ ଅଡ଼ୁଆରେ ପଶ୍ଚିମବଙ୍ଗ ଟିଏମସି ମନ୍ତ୍ରୀ ଅଖିଳ ଗିରୀ ।ଉଦଳା ଥାନାର ଦ୍ୱାରସ୍ଥ ହେଲେ ବିଧାୟକ ଓ ନଗରପାଳ l .......ନନ୍ଦୀ ଗ୍ରାମରେ ଏକ ଜନ ସଭାରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହିଳା ସମାଜ ଓ ସାରା ଦେଶର ଭାବାବେଗକୁ ଦୋହୋଲାଇ ଦେଲା ଭଳି ମନ୍ତବ୍ୟ ଦେଇଥିବା ବେଳେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ କୁ ବର୍ତ୍ତମାନ ସାରା ଦେଶରେ ଏହାକୁ ଦୃଢ଼ ନିନ୍ଦା ଏବଂ ବିରୋଧ କରିବା ସହ ଉତ୍ତେଜନl ଦେଖା ଦେଇଛି ।..... ଅନ୍ୟପଟେ ରାଷ୍ଟ୍ରପତି ଙ୍କ ସୌନ୍ଦର୍ଯ୍ୟତା ଉପରେ ପ୍ରଶ୍ନ କରି ସଭାରେ ଲାଞ୍ଚିତ, ଅପମାନିତ କରିବାର ହିନ ପ୍ରୟାସ କରିଛନ୍ତି.. ମମତା ସରକାର ଙ୍କ ଜେଲ୍ ମନ୍ତ୍ରୀ ଅଖିଳ ଗିରି ବୋଲି ଅଭିଯୋଗ ଉଠାଇଛି ବିଜେପି ।.............ଏହାକୁ ଦୃଢ଼ ବିରୋଧ କରିବା ମନ୍ତ୍ରୀ ଙ୍କୁ ଜେଲ୍ ଓ ନିଜ ପଦବୀରୁ ଇସ୍ଥପା ଦାବୀ କରି ଆଜି ମୟୁରଭଞ୍ଜ ଜିଲ୍ଲା ର ଉଦଳା ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଉଦଳା ବିଧାୟକ ଭାସ୍କର ମଢେଇ, ନଗର ପାଳ ପ୍ରମିଳା ପଣ୍ଡା,ବରିଷ୍ଠ ନେତା କମଳ ଧଳ, ନିହାର ରଞ୍ଜନ ମୋଦି, ଯୁବନେତା ସୀମାନ୍ତ ତ୍ରିପାଠୀ, ଆଦର୍ଶ ଜେନା, ଧିରେନ ଖଣ୍ଡେଲୱାଲ ପ୍ରମୁଖ ବିଜେପି ଦଳର ଯୁବନେତା ଏବଂ ବହୁ ସକ୍ରିୟ କର୍ମୀ ମାନେ ଥାନାରେ ଉପସ୍ଥିତ ହୋଇ ଥାନା ଅଧିକାରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିବା ବେଳେ ଉଦଳା ଥାନାରେ ମନ୍ତ୍ରୀ ଗିରି ଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି । ଯଦି ସରକାର ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି ... କି କର୍ଣ୍ଣପାତ ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ କୁ ଓଲ୍ହାଇବ ବୋଲି କହିଛି ଉଦଳା ବିଜେପି ନେତା ।