ପୁରା ଖବର ବିଷୟରେ



"ମାଣ୍ଡିଆ ଦିବସ" ପାଳନ ଅବସରରେ, ମାଣ୍ଡିଆ ରଥ ର ଶୁଭ କଲେ ମୟୁରଭଞ୍ଜ ଜିଲ୍ଲାପାଳ...

Nov 9 2022 8:15AM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ: -ସରକାର ଙ୍କ ପୁଷ୍ଟି ଶସ୍ୟ ର ପ୍ରସାର ଓ ପ୍ରଚାର ଉଦେଶ୍ୟରେ "ମାଣ୍ଡିଆ ଦିବସ " ହୋଇଛି ପାଳିତ, ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା ର 12ଗୋଟି ବ୍ଲକ ରେ 'ମାଣ୍ଡିଆ ରଥ ' ର ଶୁଭାରମ୍ଭ କଲେ ଜିଲ୍ଲାପାଳ ଶ୍ରୀ ଭିନିତ ଭରଦ୍ୱାଜ (I.A.S) l........ ଜିଲ୍ଲା କୃଷି ଅଧିକାରୀ ଓ ମନୋଜ କୁମାର ଚାନ୍ଦ ଙ୍କ ତତ୍ୱାବଧାନରେ କୃଷିବିଭାଗ ର ମିଲେଟ ମିଶନ ଜରିଆରେ 12 ଗୋଟି ବ୍ଲକ କୁ ରଥ ପ୍ରଚାର ଏବଂ ପ୍ରସାର ନିମନ୍ତେ ପ୍ରେରଣ କରାଯାଇଛି l ଜିଲ୍ଲାପାଳ ଜିଲ୍ଲା ର ଜନ ସାଧାରଣ ମାନଙ୍କୁ ନିଜର ଦୈନିକ ଖାଦ୍ୟ ତାଲିକାରେ ରାଗି, କୋଦ, ସୁଆଁ ଇତ୍ୟାଦି ଖାଦ୍ୟକୁ ଖାଦ୍ୟ ତାଲିକାରେ ଅନ୍ତର ଭୁକ୍ତ କରିବାପାଇଁ କୃଷି ବିଭାଗ ତରଫରୁ ଜନ ସାଧାରଣ କୁଁ ପରାମର୍ଶ ଦେଇଛନ୍ତି l କୃଷି ଜିଲ୍ଲା ଅଧିକାରୀ ଲକ୍ଷଣ ମୁର୍ମୁ ମିଲେଟ ଚାଷକୁ ଆଗାମୀଦିନରେ ବ୍ୟାପକ କରାଇବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ସୂଚନା ଦେଇଥିଲେ l ଦିନ ଥିଲା ଏହି ପୃଷ୍ଟି ଶସ୍ୟ ଗୁଡିକୁ ଗରିବ ଲୋକଙ୍କର ଖାଦ୍ୟ ରୂପେ ଗଣା ଯାଉଥିଲା, କିନ୍ତୁ ଏକ ସୁସ୍ଥ ପୃଷ୍ଟି କର ବିକଳ୍ପ ଭାବରେ ଆଜି ଏହାର ଚାହିଦା ପ୍ରତ୍ୟେକ ବର୍ଗରେ ଦେଖିବାକୁ ମିଳିଛି l ଏହି ଶସ୍ୟ ଗୁଡିକୁ ଆପଣାଇବା ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରିଛନ୍ତି ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ l ଏହି ପରି ପ୍ରେକ୍ଷୀରେ ଓଡ଼ିଶାରେ ପ୍ରଥମକରି ବିଦ୍ୟାଳୟ, କଲେଜ, ଡାକ୍ତରଖାନା ଆଦି ସ୍ଥାନ ମାନଙ୍କ ରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇ ଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ର ବାଇଗଣ ବାଡିଆ କଲେଜ ପରିସରରେ ଶିକ୍ଷକ, ଅଭିଭାବକ ଓ ଛାତ୍ର ମାନଙ୍କୁ ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଡାକ୍ତର ସଚେନ ଙ୍କ ଅଧକ୍ଷ୍ୟତlରେ ଆୟୋଜନ କରାଯାଇଥିଲା, ଓ "ଖାଦ୍ୟ ଚାହିଦା ପୂରଣ ଦିଗରେ ମିଲେଟ " ଶୀର୍ଷଙ୍କ ଆଲୋଚନା ଚକ୍ର କରାଯାଇଥିଲା l ଡ଼କ୍ଟର ଚାନ୍ଦ ସମସ୍ତଙ୍କୁ ଏ ଦିଗରେ ପରାମର୍ଶ ଦେବା ସହିତ ଜୈବିକ ବସ୍ତୁର ବିଘଟନ ପ୍ରଣାଳୀ ପ୍ରଦର୍ଶିତ କରାଇଥିଲେ l