ପୁରା ଖବର ବିଷୟରେ



ଖମଣସାହି ଗ୍ରାମର 27 ବର୍ଷୀୟ ଯୁବକ ଙ୍କ ମୃତ ଦେହ ଉଦ୍ଧାର , ଆତ୍ମହତ୍ୟା ସନ୍ଦେହ

Nov 5 2022 6:56AM
(ରାଜିବ ବେହେରାଙ୍କ ରିପୋର୍ଟ ) ମଦ ନେଲା ଜୀବନ, ରାଜ୍ୟରେ ମଦର ପ୍ରାଦୁର୍ଭାବ ବଢୁଥିବା ବେଳେ, ମଦ ଖାଇ ମତୁଆଲା ମାତାଲ ହୋଇ ହିଂସାତ୍ମକ କାଣ୍ଡ ଘଟୁଥିବା ବେଳେ, ଅଞ୍ଚଳ ରେ ଏକ ହୃଦୟ ବିଦାରକ ଅଘଟଣ ଘଟିଯାଇଛି l ଘରୋଇ କଳି ରେ ଅତିଷ୍ଟ ହୋଇ ନିଶାଶକ୍ତ ହୋଇ ଜୀବନ ହାରିଛି ଯୁବକ l ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ଥାନା ଅଧୀନସ୍ଥ ବିସିପୁର ପଞ୍ଚାୟତ ର ଖମଣସାହି ଗ୍ରାମରେ ଘଟି ଯାଇଛି ଏକ ଅଘଟଣ, ନିଜ ଘର ର ପଛ ପାଖ ବାଡ଼ି ରେ ଥିବା କୁଡୁଛି ଗଛରେ ଗ୍ରାମର 27 ବର୍ଷୀୟ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି............. ସୂଚନା ମୁତାବକ ଉଦଳା ଥାନା ତଥା ଉଦଳା ବ୍ଲକ ଅଧିନସ୍ଥ ବିସିପୁର ପଂଚାୟତର ଖମଣ ସାହି ଗ୍ରାମରେ ଗ୍ରାମର ନାଥ ସିଂ ଙ୍କ 27 ବର୍ଷୀୟ ପୁତ୍ର ବାଇଧର ସିଂ ଘର ଠାରୁ ବାଡ଼ି ପଛ ପାଖରେ 100 ମିଟର ଦୂରରେ ଥିବା ଏକ କୁଡୁଚି ଗଛରେ ବେକରେ ଫାସୀ ଦେଇ ଝୁଲୁଥିବାର ଦେଖି ଘର ଲୋକେ ଗୁରୁବାର ଦିନ ଉଦଳା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବଦ କରି, ଶବ ବ୍ୟବଚ୍ଛେଦ ପାଇଁ ଉଦଳା ମେଡିକାଲକୁ ପଠା ଯାଇଛି,ସୂଚନା ମୁତାବକ ଖମଣ ସାହି ଗ୍ରାମର ନାଥ ସିଂ ଙ୍କ 27 ବର୍ଷୀୟ ପୁତ୍ର କୌଣସି କାରଣ ବଶତଃ ନିଜ ଭାଉଜଙ୍କ ସହ ଝଗଡା ହୋଇଥିଲା, ଉକ୍ତ ଝଗଡାରେ ଉତକ୍ଷିପ୍ତ ହୋଇ ନିଶା ଶକ୍ତ ଅବସ୍ଥାରେ ବlଇଧର ଘରଠାରୁ 100 ମିଟର ଦୂରରେ ଏକ କୁଡୁଚି ଗଛରେ ବେକରେ ଫାସୀ ଦେଇ ଆତ୍ମହତ୍ୟା କରିଥିଲେ,ସୂଚନା ପାଇ ଉଦଳା ପୋଲିସ ଶବ ଜବଦ କରିବା ସହ ଶବ କୁ ଉଦଳା ମେଡିକାଲରେ ବ୍ୟବଚ୍ଛେଦ କରାଇ ଘର ଲୋକଙ୍କୁ ଶବ ହସ୍ତାନ୍ତର କରିଛି, ଉଦଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଛି ମୟୁରଭଞ୍ଜ ଜିଲ୍ଲା ରୁ ରାଜୀବ ବେହେରା ଙ୍କ ରିପୋର୍ଟ ନୂତନ ଓଡ଼ିଶା ନିୟୁଜ