ପୁରା ଖବର ବିଷୟରେ



ଗୁରୁପୂଜନ ଉତ୍ସବ ପାଳନ ଅବସରରେ ଡିହିରାକୁଳ ଗ୍ରାମରେ ବସ୍ତ୍ର ଉପଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

Nov 4 2022 12:33PM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍କକ ଅଧିନସ୍ଥ ଚିର ପରିଚିତ ସସ୍କୁତି ସମ୍ପନ୍ନ ଡିହିରାକୁଳ ଗ୍ରାମରେ ବୁଧବାର ଦିନ ବସ୍ତ୍ର ଉପଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦିହିରାକୁଳ ଗୁରୁଜନ ପୂଜନ କମିଟି ଆନୁକୂଲ୍ୟରେ ""ମାନବ ସେବା ମାଧବ ଙ୍କ ସେବା "" ଏହି ଉକ୍ତି ଟିର ଯଥାର୍ଥ କରି ଦେଖାଇ ଛନ୍ତି ଗୁରୁଜନ ପୂଜନ ର ସଦସ୍ୟ ମାନେ l ବ୍ୟବହାର ଉପଯୋଗୀ ପୁରୁଣା ବସ୍ତ୍ର ସଗ୍ରହ କରି ସାଧାରଣ ଗରିବ ଲୋକଙ୍କୁ ବସ୍ତ୍ର ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା, ପୁରୁଷ,ବୃଦ୍ଧ,ବୃଦ୍ଧା ଯୋଗଦାନ ଦେଇ ଥିବା ବେଳେ ସମସ୍ତଙ୍କୁ ବ୍ୟବହାର ଉପଯୋଗୀ ଶାଢ଼ୀ, କମଳ, ସାଟ,ପେଣ୍ଟ ଏବଂ ପୋଷାକ ପ୍ରଦାନ କରାଯାଇଥିଲା। ଏଥି ସହିତ ବହୁ ନୂତନ ବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା"ଥିଲା ବାଲାଦିଅ ନଥିଲା ଲୋକେ ନିଅ" ।ସୂଚନାଯୋଗ୍ୟ ଯେ, ବହୁ ପରିବାରରେ ପୁରୁଣା ବସ୍ତ୍ର ବ୍ୟବହାର ନକରି ଗଛିତ ରହିଛି।ପରିବାର ଲୋକେ ତାହାକୁ ବ୍ୟବହାର କରୁ ନାହାଁନ୍ତି। ଏଥିପାଇଁ ଗୁରୁଜନ ପୂଜନ କମିଟି ର ସଦସ୍ୟଙ୍କ ଉଦ୍ୟମରେ ଘରେ ଘରେ ବସ୍ତ୍ର ସଗ୍ରହ କରି ଉପଯୋଗୀ ବସ୍ତ୍ରକୁ ବଣ୍ଟନ କରାଯାଇଥିବା କମିଟି ସଦସ୍ୟ ରମେଶ ଚନ୍ଦ୍ର ପୃଷ୍ଟି କହିଛନ୍ତି।ଏହି କାର୍ଯ୍ୟକ୍ରମ ଉଦଳା ଥାନା ଆଇଆଇସି ନିରୋଜ କୁମାର ସାମଲ, ରାଢୋ ଗ୍ରାମ ପଞ୍ଚାୟତର ସରପଞ୍ଚ ବସେନ ମାର୍ଣ୍ଣି ପ୍ରମୁଖ ଯୋଗଦେଇ ଆୟୋଜକ ସଦସ୍ୟମାନଙ୍କୁ ବହୁ ପ୍ରସଂଶା କରିଥିଲେ । ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସବୁବେଳେ ଚାଲୁ ରହିବ ବୋଲି ଉପଦେଷ୍ଟା ସର୍ବେଶ୍ବର ହାତୀ ସୂଚନା ପ୍ରଦାନ କରିଛନ୍ତି।