ପୁରା ଖବର ବିଷୟରେ



ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ହୋଇଛି ପାଳିତ...

Nov 2 2022 11:29AM
(ରାଜିବ ବେହେରାଙ୍କ ରିପୋର୍ଟ) ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2022 ଓ ରାଷ୍ଟ୍ରୀୟ ଏକତା ଦିବସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପାଳିତ ହୋଇଯାଇଛି, ଏହି ଦିବସ ପାଳନ ଅବସରରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଉଦଳା ତହସିଲର ତହସିଲଦାର ମନୀଷା ମଧୁଲିକା ହେମ୍ବ୍ରମ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସରକାରୀ ଯୋଗାଣ ଅଧିକାରୀ କମଳାକାନ୍ତ ବେହେରା, ଯୋଗ ଦାନ ଦେବା ସହ ଉପଜିଲ୍ଲାପାଳ, ତହସିଲ, ଉପ ନିବନ୍ଧକ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ, ଦୁର୍ନୀତିର ମୂଳତ୍ପାଟନ ନିମନ୍ତେ ସାଧୁତା, ଓ ସଚ୍ଚଟତାର ପଥ ଅଵଲମ୍ବନ କରିବାକୁ ତହସିଲଦାର ମହୋଦୟl ଉପସ୍ଥିତ ସମସ୍ତ କର୍ମଚାରୀ ଙ୍କୁ ପରାମର୍ଶ ଦେବା ସହ ଜାତୀୟ ଏକତା ପାଇଁ ସଦାସର୍ବଦା ତତ୍ପର ଥିବା ସର୍ଦାର ବଲ୍ହବ ଭାଇ ପଟେଲଙ୍କ ନୀତିରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରୀୟ ଏକତା ବଜାଇ ରଖିବାରେ ନିଜର ଭୂମିକା ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେବା ପରେ ଶପଥ ପାଠ କରିଥିଲେ, ଓ ସମସ୍ତ କର୍ମଚାରୀ ତାଙ୍କୁ ଅନୁସରଣ କରି ଶପଥ ପାଠ କରିଥିଲେ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱlବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ କର୍ମଚାରୀ ତାପସ ରଞ୍ଜନ ପ୍ରଧାନ ଓ ଅଜିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ, ଠିକ ସେଇପରି ଉଦଳା ଉପ କାରାଗାର ରେ ମଧ୍ୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଥିଲା, ଜେଲ ସୁପରିଟେଣ୍ଡେଣ୍ଟ ଅଜୟ କୁମାର ଗୁରୁଙ୍କ ନେତୃତ୍ୱରେ ଉପ କାରାଗାର ସାମ୍ନାରେ ନିଜର କାର୍ଯ୍ୟରତ କର୍ମଚାରୀ ଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିଥିଲେ, ନିଜର କାର୍ଯ୍ୟରତ ଷ୍ଟାଫ ଙ୍କୁ ନେଇ ଉପ କାରାଗାର ସାମ୍ନାରେ ନିଜେ ଶପଥ ପାଠ କରିବା ସହ କର୍ମଚାରୀ ମାନଙ୍କୁ ଶପଥପାଠ କରାଇଥିଲେ l ଏମିତି କିଛି ଶପଥ ନେଇ ସମାଜ କୁ ସଚେତନତାର ବାର୍ତ୍ତା ଦେଇଛନ୍ତି l