ପୁରା ଖବର ବିଷୟରେ



ଡାକ୍ତର ଙ୍କ ମହାନତା ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସ୍ବାସ୍ଥ୍ୟ ଅଧିକାରୀ

Oct 31 2022 3:50PM
(ଦିଲ୍ଲୀପ କୁମାର ଜାନିଙ୍କ ରିପୋର୍ଟ) ନୂଆଗାଁ: ଦେଶରୁ ଯକ୍ଷ୍ମା ରୋଗ ( ଟିବି) ମୁକ୍ତ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ନିଆଯାଉଛି।ଏହି ଯୋଜନା ରେ ଅନୁପ୍ରାଣିତ ହୋଇ ନୟାଗଡ ଜିଲ୍ଲା ମହିପୁର ସି ଏଚ ସି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଡିମିରି ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ସୌମେନ୍ଦ୍ର ସାହୁ ୫ ଜଣ ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଜାକେଡା ଗ୍ରାମରେ ଯକ୍ଷ୍ମା ରୋଗ ରେ ପୀଡ଼ିତ ଥିବା ୬ ବର୍ଷ ର ଶିଶୁ ବିଶ୍ବରଂଜନ ପ୍ରଧାନ ଙ୍କୁ ଡ଼. ସାହୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।ଏପରିକି ବିଶ୍ବରଂଜନ ଙ୍କ ଘରକୁ ଯାଇ ଭଲମନ୍ଦ ବୁଝିବା ସହ ଯେ ପର୍ଯ୍ୟନ୍ତ ଚିକିତ୍ସା ଚାଲୁ ରହିବ ସେ ପର୍ଯ୍ୟନ୍ତ ତାଙ୍କର ଖାଦ୍ୟ ଏବଂ ଔଷଧ ଖର୍ଚ୍ଚ ବହନ କରିବେ ବୋଲି ଡ଼ ସୌମେନ୍ଦ୍ର ସାହୁ କହିଛନ୍ତି। ପୋଷ୍ୟ ଭାବେ ଗ୍ରହଣ କରିବା ସମୟରେ ଡ଼. ସାହୁ ଙ୍କ ସହିତ ମହିପୁର ସ୍ବାସ୍ଥ୍ୟ ଅଧିକାରୀ ଡ଼. ସତିସ ନିବେଦନ, ଡ. ଅଂଶୁମାନ ଦାସ,ବରିଷ୍ଠ ଚିକିତ୍ସା ଅଧିକାରୀ ବିଶ୍ବରଂଜନ ଦଳେଇ,ସ୍ବାସ୍ଥ୍ୟ କର୍ମୀ ବ୍ରଜକିଶୋର ଜାନୀ,ସମାଜ ସେବୀ ସୁବ୍ରତ ପରିଡ଼ା,ଦିଲ୍ଲୀପ କୁମାର ଜାନୀ ଏବଂ ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ ଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ। ଡ. ସୌମେନ୍ଦ୍ର ସାହୁ ଙ୍କ ଏଭଳି ମହାନ୍ କାର୍ଯ୍ୟ ଏବଂ ପରୋପକାରୀ ଗୁଣ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।