ପୁରା ଖବର ବିଷୟରେ



ଅଜଣା ଗାଡି ଧକ୍କାରେ ତିନି ଗୁରୁତର।

Oct 19 2022 7:28PM
(ରମେଶ ଇପିଲିଙ୍କ ରିପୋର୍ଟ) : ରାୟଗଡା ଜିଲ୍ଳା ବିଷମ କଟକ ବ୍ଲକ ଅନ୍ତର୍ଗତ ସାନ ଗୋତିଗୁଡା ଗାଁ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଅଜଣା ଗାଡି ଧକ୍କାରେର ତିନିଜଣ ଗୁରୁତର ହୋଇଛନ୍ତି । ଗାଡି ଟି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ କିଛି ସ୍ଥାନିୟ ଲୋକେ ଆହାତ ମାନଙ୍କୁ ଉଦ୍ଧାର କରି ବିଷମ କଟକ ଘରେଇ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତୀ କରିଥିଲେ । ଆହତ ତିନି ଜଣ ହେଲେ ବାପା,ପୁଅ ଏବଂ ଝିଅ। ଘଟଣା ରୁ ଜଣା ପଡ଼ିଛି ଯେ ଚାଟିକୋଣା ଗ୍ରାମର ନରେନ୍ଦ୍ର ମହାପାତ୍ର (୪୦), ତାଙ୍କ ପୁଅ ସିବେନ୍ଦ୍ର ମହାପାତ୍ର (୯) ଏବଂ ଝିଅ କେଟି ମହାପାତ୍ର(୫) ଙ୍କୁ ମଟର ସାଇକଲରେ ବିଷମ କଟକ କୁ କୌଣସି କାର୍ଯ୍ୟରେ ଆସି ଘରକୁ ଫେରୁଥିବା ବେଳେ ସାନଗୋତିଗୁଡା ନିକଟରେ ଥିବା ରାଜ୍ୟରାଜପଥ ସଡକ ର ବିପରିତ ଦିଗରୁ ଏକ କାର ଦ୍ରୁତ ଗତିରେ ଆସି ନରେନ୍ଦ୍ର ର ବାଇକ୍ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଦୁର୍ଘଟଣା ଘଟିବା ପରେ ଗୁରୁତ ଅବସ୍ଥାରେ ଆହତ ମାନକୁ ଉଦ୍ଧାର କରି ଏକ ଗାଡି ସହାୟତରେ ବିଷମ କଟକ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲରେ ଭର୍ତିୀ କରିଥିଲେ । ଆହତ ତିନି ଜଣଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ସମସ୍ତ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିବା ବେଳେ ସମସ୍ତ ଆହତ ଙ୍କୁ ଓଡିଶା ମୋ ପରିବାର ନିଷୁଳ୍କ ଆମ୍ବୁଲାନ୍ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ନରେନ୍ଦ୍ର ମହାପାତ୍ର ଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବା ମେଡିକାଲ ସୂତ୍ରରୁ ସୂଚନା ପ୍ରଦାନକରାଯାଇଛି ।ଏହି ଘଟଣାକୁ ନେଇ ବିଷମ କଟକ ପୋଲିସ ତଦନ୍ତ ଆରମ୍ଭ କରିଛି।