ପୁରା ଖବର ବିଷୟରେ



ବିପ୍ଲବୀ ନେତା ସାଥୀ ନାଗଭୂଷଣଙ୍କ ୨୪ ତମ ସ୍ମୃତି ଦିବସ ପାଳିତ ।

Oct 9 2022 4:53PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ଚଳିତ ମାସ ୨୦୨୨ ଅକ୍ଟୋବର 9 ତାରିଖରେ ବିପ୍ଳବୀ ନେତା ସାଥି ନାଗଭୂଷଣ ପଟ୍ଟନାୟକଙ୍କ ୨୪ ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଗୁଣପୁର ବାଇପାସ୍ ଛକ ନାଗଭୂଷଣ ପ୍ରତିମୂର୍ତ୍ତିରେ ମୋଟର କର୍ମଚାରୀ ସଂଘର ସଭାପତି ଶ୍ରୀ ଫଣିଭୁଷଣ ପଟ୍ଟନାୟକ ଏବଂ ସି.ପି.ଆଇ (ଏମ ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗ,ମୋଟର କର୍ମଚାରୀ ସଂଘର ଉପସଭାପତି ଦିଲ୍ଲୀପ ପଟ୍ଟନାୟକ ଓ ବୃନ୍ଦାବନ ବିଡିକା,ରାମଚନ୍ଦ୍ର ପ୍ରାସ୍କା , ସମ୍ବରl ଶବର, ଅନାସିମ ଶବର ଓ ଅନ୍ୟାନ୍ୟ ନେତୃତ୍ବବୃନ୍ଦ ଉପସ୍ଥିତ ରହି ବାଇପାସ ସ୍ଥିତ ସାଥି ନାଗଭୁଷଣଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ନାଗଭୂଷଣ ପଟ୍ଟନାୟକଙ୍କ ଜୀବନ ତମାମ ଆଦିବାସୀ ଗରିବ ମେହନତି ମଣିଷଙ୍କ ପାଈଁ ଜୀବନକୁ ବାଜି ଲଗାଇ କାମ କରିଛନ୍ତି । ସର୍ବଦା କହୁଥିଲେ ଯେତେ ଯାଏଁ ବିପ୍ଳବ ଅଛି ବିପ୍ଳବୀ କେବେ ମାରିପରେନା।ଅକ୍ଟୋବର 9-1989 ରେ ତାଙ୍କର ମୃତ୍ୟୁ ହୋଇଥିଲା ସତ ମାତ୍ର ତାଙ୍କର କାର୍ଯ୍ୟ ତାଙ୍କୁ ସାରା ଦେଶରେ ଅମର କରି ରଖିଛି ବିପ୍ଳବୀ ନାଗଭୂଷଣ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଗଣିତ ଛାତ୍ର ଥିଲେ । ଛାତ୍ର ଜୀବନରୁ ଏ ଆଇ.ଏସ.ଏଫ ଛାତ୍ର ସଂଗଠନ AISF ସଂଗଠନରେ ସକ୍ରିୟ ଥିଲେ। ୧୯୬୧ ରେ ସିପିଆଇ ଓ ୧୯୬୪ ସିପିଆଇ(ଏମ) ରେ ଯୋଗ ଦେଇଥିଲେ, ୧୯୬୮-୬୯ ଅଭିଭକ୍ତ କୋରାପୁଟ ଜିଲ୍ଲାର ସୀମାନ୍ତ ଶ୍ରୀକାକୁଲମ ଗିରିଜନ ମାନଙ୍କ ଭୂମି ଆନ୍ଦୋଳନରେ ସାମିଲ ହୋଇ ୧୯୬୯ ରେ ଗଠିତ ସିପିଆଇ (ଏମ- ଏଲ) ର ସଂସ୍ଥାପକ ସଦସ୍ୟ ଥିଲେ।କୃଷକ ଆନ୍ଦୋଳନରେ ସାମିଲ ଥିବାରୁ ତାଙ୍କୁ ୧୯୬୯ ଜୁଲାଇ ମାସରେ ଗିରଫ କରି ବିଶାଖାପାଟଣା ଜେଲ୍ ରେ ରଖାଯାଇଥିଲା। ସାଥି ନାଗଭୂଷଣ ପଟ୍ଟନାୟକ ସେ ସମୟରେ ରାଷ୍ଟ୍ର ଦ୍ରୋହ ଏବଂ ଦେଶ ବିରୁଦ୍ଧରେ ସଡ଼ଯନ୍ତ୍ର କରୁଛନ୍ତି କହି ଫସେଇ ଦିଆଯାଇଥିଲା। ୧୯୭୦ ମସିହାରେ କୋର୍ଟ ପକ୍ଷରୁ ନାଗଭୂଷଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ନାଗ ଭୂଷଣଙ୍କ ସାରା ଜୀବନ ସଂଗ୍ରାମର ଏକ ଉଦାହରଣ ହୋଇ ରହିଛି।ତାଙ୍କର ୨୪ ତମ ମୃତ୍ୟୁ ଦିବସରେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ଯଦି ତାଙ୍କର ରାସ୍ତାକୁ ଆମେ ଆପଣାଇ ପାରିବା ।