ପୁରା ଖବର ବିଷୟରେ



କାଠ ଆଣି ବାକୁ ଯାଇ ଟାଙ୍ଗଣl ନଦୀରେ ନିଖୋଜ 57 ବର୍ଷୀୟ ବୃଦ୍ଧ ଙ୍କ ଗଳିତ ମୃତ ହେଲା ଠାବ,

Sep 29 2022 10:06AM
(ରାଜିବ ବେହେରାଙ୍କ ରିପୋର୍ଟ) ନିକଟରେ ଘଟିଯାଇଛି ଏକ ହୃଦୟ ବିଦାରକ ଅଘଟଣ,2 ଦିନ ପୂର୍ବେ ଜଙ୍ଗଳରୁ କାଠ ଆଣି ପୂର୍ବପରି ନଦୀ ପାର ହେଉଥିବା ବେଳେ ଜୈନିକ ବ୍ୟକ୍ତି ଭାସି ଯାଇ ଯାଇଥିଲେ l ସୂଚନା ରୁ ଜଣା ପଡିଛି ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଦିହିରାକୁଳ ଏବଂ ପିଠା ହତା ଦ୍ବୟ ଗ୍ରାମକୁ ଦୁଇ ଭାଗ କରିଛି ଟାଙ୍ଗଣl ନଦୀ, ଟାଙ୍ଗଣl ନଦୀ ଗର୍ଭ ରୁ ଉଦ୍ଧାର ହୋଇଛି ନୂଆ ସାହି ଗ୍ରାମର ଜଣେ 57 ବର୍ଷୀୟ ବୃଦ୍ଧl ଙ୍କ ଗଳିତ ମୃତ ଦେହ, ସୂଚନା ମୁତାବକ ବରହମପୁର ଥାନା ଅଧିନସ୍ଥ ନୂଆ ଗାଁ ଗ୍ରାମର ଜଗନ୍ନାଥ ପଲେଇଙ୍କ 57 ବର୍ଷୀୟ ପୁତ୍ର ସନ୍ତୋଷ ପଲେଇ ନିକଟସ୍ଥ ଜଙ୍ଗଲ କୁ କାଠ ସଂଗ୍ରହ କରିବାକୁ ଦୁଇ ଦିନ ପୂର୍ବରୁ ଯାଇଥିଲେ କିନ୍ତୁ ଘରକୁ ଆଉ ଫେରି ନ ଥିଲେ, ବୁଧବାର ଦିନ ମୟୁରଭଞ୍ଜ ଜିଲ୍ଲା ଡ଼ିହିରାକୁଳ ଗ୍ରାମ ନିକଟସ୍ଥ ଅତିବାହିତ ହେଉଥିବା ଟାଙ୍ଗଣl ନଦୀରେ ଏକ ମୃତ ଦେହ ଭାସୁଥିବାର ଦେଖି ଅପର ପାର୍ଶ୍ୱରେ ଥିବା ସାନ ନୂଆଗାଁ ଗ୍ରାମର ଏକ ଛୋଟ ପିଲା ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ, ତେବେ ସୂଚନା ପାଇ ନିକଟସ୍ଥ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଦେଖି ନିକଟସ୍ଥ ବରହମପୁର ଥାନାକୁ ଖବର ଦେଇଥିଲେ, ତେବେ ସୂଚନା ପାଇ ବରହମପୁର ଥାନାର କାର୍ଯ୍ୟରତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଦୀ ରେ ଭାସୁଥିବା ଶବକୁ ଉଦ୍ଧାର କରି ଶବ ଟି ଦୁଇ ଦିନ ପୂର୍ବରୁ ନିଖୋଜ ଥିବା ନୂଆ ଗାଁ ଗ୍ରାମର ସନ୍ତୋଷ ପଲେଇ ବୋଲି ଚିହ୍ନଟ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠାଇ ଥିବା ସୂଚନା ମିଳିଛି,କାଠ ଆଣିବାକୁ ଯାଇ ଦୁଇ ଦିନ ପୂର୍ବରୁ ନଦୀରେ ପାର ହେଉଥିବା ବେଳେ ନଦୀ ପାଣିରେ ଭାସିଯାଇ ସନ୍ତୋଷ ମୃତ୍ୟୁ ବରଣ କରି ଥିବା କଥା ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଥିବା ବେଳେ, ଶବ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ଶବ ହସ୍ତାନ୍ତର ହେବ ବୋଲି ବରହମପୁର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l