ପୁରା ଖବର ବିଷୟରେ



ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶାଙ୍କ ରାୟଗଡ ଗସ୍ତ ଓ ସମୀକ୍ଷା

Sep 28 2022 6:35PM
(: ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା . ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ସମବାୟ ବିଭାଗ ଶ୍ରୀ ଅତୁନ ସବ୍ୟସାଚୀ ନାୟକ ରାୟଗଡ଼ା ଗସ୍ତ ସହ ସ୍ଥାୟୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂ, ଆରୋକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ପ୍ରମୁଖ ଯୋଗଦାନ କରିଥିଲେ l ଏହି ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯଥା- ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ଆଦିବାସୀ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଉପରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲ୍‍ ମୋହନ ରାଉତରାୟ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସୁବିଧା ଅସୁବିଧା ଉପରେ ଉପସ୍ଥାପନା କରିଥିଲେ ଓ ବିଶେଷ କରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଖାଲି ପଡିଥିବା ପଦବୀ ଗୁଡିକର ପୂରଣ ପାଇଁ ବୈଠକରେ ଅନୁରୋଧ କରିଥିଲେ । ରାୟଗଡ ସ୍ୱାସ୍ଥ୍ୟ ବିଭାଗ ଆକ୍ୟୁସ ପୁରସ୍କାର ପାଇଥିବା କଥା ବୈଠକର ସୂଚନା ଦେଇଥିଲେ । ମାନ୍ୟବର ମନ୍ତ୍ରୀ କଲେରା ନିରାକରଣରେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବ ସହ ଜିଲ୍ଲାରେ ଜନଜାତିଙ୍କ ବିକାଶ ନିମନ୍ତେ ଦିଆଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକଳ୍ପ ପ୍ରଶାସକ ସମ୍ବନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଥିଲେ l ଜିଲ୍ଲା ମଂଗଳ ଅଧିକାରୀ ଜିଲ୍ଲାରେ ଜନଜାତି ଓ ଜାତି ଛାତ୍ର ଛାତ୍ରୀ ନିମନ୍ତେ ବିଦ୍ୟାଳୟ ଗୁଡିକର ଅସୁବିଧା ସୁବିଧା ସମ୍ପର୍କରେ ଉପସ୍ଥାପନ କରିଥିଲେ l କେବଳ ପୁନଃ ନିର୍ମାଣ କାର୍ଯ୍ୟ ନକରି ନୂତନ ଘରଦ୍ୱାର ପାଇଁ ପ୍ରସ୍ତାବ ଦେବାକୁ ମାନ୍ୟବର ମନ୍ତ୍ରୀ କହିଥିଲେ l ଜିଲ୍ଲା ପରିଷଦ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ମନରେଗା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲାରେ ସାମାଜିକ ସୁରକ୍ଷା ଉପରେ ଵିଶେଷ କରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ସମ୍ପର୍କରେ ଉପସ୍ଥାପନ କରିଥିଲେ l ଜିଲ୍ଲାର କେତେକ ବ୍ଲକରେ ବର୍ଦ୍ଧକ୍ଷ ଭତ୍ତା ଠିକ ଭାବରେ ପହଞ୍ଚୁ ନଥିବାର ଅଭିଯୋଗ ହେଉଥିବା କଥା ପଚାରିଥିଲେ ଏବଂ ଏହାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କହିଥିଲେ l ପୌରପରିସଦର ମୁକ୍ତା ଯୋଜନା, ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗର କାର୍ଯ୍ୟକ୍ରମ ଓ ଅସୁବିଧା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ l ସେହିପରି ଯୋଗାଣ ବିଭାଗ ଉପରେ ଆଲୋଚନା କରି ମନ୍ତ୍ରୀ କହିଲେ ଯେ ଯେଉଁ ଯେଉଁ ସ୍ଥାନରେ ଚାଉଳ ନେବାପାଇଁ ଲୋକଙ୍କୁ ବହୁତ ଦୁରହେଉଛି ସେହି ସ୍ଥାନମାନଙ୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ଵା ଗ୍ରାମ ପଂଚାୟତ ମାଧ୍ୟମରେ ସବସେଣ୍ଟର ଖୋଲିବା ନିମନ୍ତେ ମାନ୍ୟବର ମନ୍ତ୍ରୀ କହିଥିଲେ l ସେହିପରି ଚାଉଳ ମିଶ୍ରଣ ନିମନ୍ତେ ବ୍ଲେଣ୍ଡିଙ୍ଗ ମେସିନ ବସାଇବାକୁ ମିଳର ମାନଙ୍କୁ କହିବା , ସମବାୟ ବିଭାଗର ଜନସାଧାରଣଙ୍କ ସଚେତନତା ନିମନ୍ତେ ବିଶେଷ ପଦକ୍ଷେପ ନେବା ନିମନ୍ତେ କହିଥିଲେ ।ଏଥିସହ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସାଇ ପ୍ରିୟା ନଗର ସହରାଞ୍ଚଳ ଚିକତ୍ସା କେନ୍ଦ୍ର ଉଦ୍ଘାଟନ କରିଥିଲେ l ଏହି ଅବସରରେ ମାନ୍ୟବର ସାଂସଦ ସପ୍ତଗିରୀ ଉଲ୍କାକ, ଏବଂ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l