ପୁରା ଖବର ବିଷୟରେ



ଉଦଳା ଥାନା ପରିସରରେ ହେଲା ସଫେଇ କାର୍ଯ୍ୟକ୍ରମ, ଯୋଗ ଦେଲେ ସମସ୍ତ କର୍ମଚାରୀ

Sep 27 2022 10:41AM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନାର ଭାରାପ୍ରାପ୍ତ ଏସ.ଡି.ପି. ଓ ସାର୍ଥକ ରାୟ ଙ୍କ ନିର୍ଦେଶ ରେ ଉଦଳା ଥାନାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଇ. ଆଇ. ସି ନିରୋଜ କୁମାର ସାମଲ ଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଉଦଳା ଥାନାର କାର୍ଯ୍ୟରତ ସବ ଇନ୍ସ୍ପେକଟର ସରୋଜ କୁମାର ଜେନା, ଏ ଏସ ଆଇ ଲକ୍ଷ୍ମୀଧର ନାଏକ, ଏ ଏସ ଆଇ ମlସା ମୁର୍ମୁ, ଲିଟlରମ ସୋରେନ,ହାବିଲଦାର କlରୁହରି ମାଝୀ, ଉଦଳା ଥାନାର କାର୍ଯ୍ୟରତ କର୍ମଚାରୀ ଙ୍କ ସହଯୋଗ ରେ ଉଦଳା ଥାନା ପରିବେଶକୁ ସ୍ଵଛତା ଏବଂ ପରିଷ୍କାର ପରିଛନ୍ନ କରି ରଖିବାକୁ ନିଷ୍ପତି ନେଇ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରି ଥିଲେ , ବର୍ଷା ଯୋଗୁଁ ଥାନା ର ଚତୁର୍ପାଶ୍ୱ ବିଭିନ୍ନ ଲୋଟା ବୁଦା ହୋଇଥିବାରୁ କର୍ମଚାରୀ ମାନେ ଏକତ୍ରିତ ହୋଇ ଥାନାର ପରିବେଶକୁ ପରିଷ୍କାର କରିଥିଲେ, ଉଦଳା ଥାନା ରେ ବିଭାଗ ପକ୍ଷରୁ ଏପରି ପ୍ରୟାସ ପାଇଁ ଅଞ୍ଚଳରେ ତଥା ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l