ପୁରା ଖବର ବିଷୟରେ



ରାୟଗଡ ଜିଲ୍ଲାପାଳଙ୍କ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sep 27 2022 8:28AM
( ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମ,ପୁର ବ୍ଲକରେରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଗୁଣପୁର ଲୋକନାଥ ଦଲାବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲlଲମୋହନ ରାଉତରାୟ,ଆର. କାଳାଇବରଣ, ସହାକାରୀ ବନ ସଂରକ୍ଷକ, ମଣୀମାଳା ଶବର, ଅଧକ୍ଷା,ପଦ୍ମପୁର ପଂଚାୟତ ସମିତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ଯୋଗାଣ ଅଧିକାରୀ, ରମାକାନ୍ତ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାମ ଚନ୍ଦ୍ର ଦାସ, ରାୟଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ,ଗ୍ରାମୀୟ ଜଳଯୋଗାଣ ନିର୍ବାହୀଯନ୍ତ୍ରୀ, ଚିତ୍ତରଞ୍ଜନ ଜେନା, ଜିଲ୍ଲା ପଂଚାୟତ ଅଧିକାରୀ, ରାୟଗଡ ସୂର୍ଯ୍ୟ ନାରାୟଣ ମହାରଣା, ନିର୍ବାହୀଯନ୍ତ୍ରୀ ଗ୍ରାମୀୟ ନିର୍ମାଣ ବିଭାଗ, ଗୁଣପୁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ସୁକାନ୍ତ କୁମାର ପ୍ରଧାନ,ନିର୍ବାହୀଯନ୍ତ୍ରୀ ଉଠା ଜଳସେଚନ ପଏଣ୍ଟ, ଗୁଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାୟଗଡ, ରମେଶ ଚନ୍ଦ୍ର ନାୟକ, , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରାୟଗଡ, ଯାଜ୍ଞସେନୀ ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ ଶ୍ରୀକାନ୍ତ ପାଣିଗ୍ରାହୀ, ବିଡ଼ିଓ ରୀନା ପ୍ରଧାନ, ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୯୩ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୮୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୨ଗୋଟି ଗ୍ରାମ ବାସୀ ମାନଙ୍କର ଅଭିଯୋଗ ଥିଲା । ଦୁଇଜଣକୁ ୫୦୦୦ ହଜାର ଟଙ୍କା ଲେଖାଏଁ ମୋଟ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ l ସେହିପରି ୫ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆରଓଆର ପଟ୍ଟା ଜିଲ୍ଲା ପାଳ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ଦେଵସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ପଦ୍ମପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଂଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଦ୍ୱାରା ନିର୍ମିତ ଦୁଇଟି କେବିନ ଉଦଘାଟନ କରିଥିଲେ l ମେଡିକାଲ ଗାର୍ଡେନ ପରିଦର୍ଶନ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ l ପଦ୍ମପୁର ତେମ୍ବlଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜପୁତ୍ର ଗ୍ରାମରେ କରାଯାଇଥିବା ପନିପରିବା ଚାଷ, ସପୁରୀ ଚାଷ, କଦଳୀ ଚାଷ, ମାଛ ଚାଷ ,କାଜୁ ବଗିଚା ଓ ଅନ୍ୟାନ୍ୟ ଚାଷ ବୁଲିଦେଖିଥିଲେ l ତେମ୍ବାଗୁଡା ମିଶନ ଶକ୍ତି ମାଧ୍ୟମରେ କରାଯାଇଥିବା ଫିନାଇଲ ତିଆରି ଓ ବର୍ତନବାର ତିଆରି କରୁଥିବା ସଂସ୍ଥା ବୁଲିଦେଖି ଥିଲେ l ବୁଧରାଜା ଉଚ୍ଚବିଦ୍ୟାକୁ 5ଟି ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଅନୁଧ୍ୟାନ କରିଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ l