ପୁରା ଖବର ବିଷୟରେ



ଗୁଡ଼ାରୀ ପୋଲିସକୁ ମିଳିଛି ବଡ଼ ସଫଳତା ଅଟୋ ସହ ୮୭ କେଜି ଗଞ୍ଜେଇ ଜବତ୍ ୬ ଗିରଫ

Sep 26 2022 5:33AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା ୮୭କେଜି ଗଞ୍ଜେଇ ଏବଂ ଏକ ଅଟୋ ଜବତ ସହ ୬ଜଣ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତ ୨୪-୦୯-୨୦୨୨ ତାରିଖ ଅପରାହ୍ନ ଗୋଟାଏରୁ ଦେଢ଼ ଘଣ୍ଟା ସମୟ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ରାୟଗଡ଼ା ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ଗୁଡ଼ାରୀ ପୋଲିସ ବୁଞ୍ଜିଙ୍ଗିଗୁଡା ଛକ ନିକଟରେ ପେଟ୍ରୋଲଂ କରୁଥିବା ସମୟରେ ଅପର ପକ୍ଷରୁ ଏକ ଅଟୋ ଯୋଗେ ୩ଗୋଟି ଧଳା ରଙ୍ଗର ଜରି ବସ୍ତାରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ଚତୁରତାର ସହ କାବୁ କରି ନେଇଥିଲା । ଗଞ୍ଜେଇ ସହ ଅଟୋ ଜବତ କରିବା ସହ ୭୨/୨୦୨୨ ଗୁଡ଼ାରୀ PS,GDE,No.9 Dt 24-9-2022,u/s (2)(b)(ii)c/25/29 NDP'S act ରେ ଏକ ମାମଲା ରୁ୍ଜୁ କରାଯାଇ ୬ ଜଣ ସଂମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜି ୨୫-୯-୨୦୨୨ତାରିଖରେ କୋର୍ଟ ଚାଲାଣ କରାଯାଇଛି । ଜବତ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ୭୦ହଜାର ହେବ ବୋଲି ଆକଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରାପ୍ରାପ୍ତ ଥାନା ଅଧିକାରୀ ଗୁଡ଼ାରୀ ଶ୍ରୀ ଦୀନବନ୍ଧୁ ଶବର,ଗୁମୁଡା ଫାଣ୍ଡି ଅଧିକାରୀ ଶ୍ରୀ ରଞ୍ଜିତ ତ୍ରିପାଠୀ, ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଗୟାସୁଦ୍ଦିନ ଖାନ୍, ସହାୟକ ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ୟଚିନ୍ଦ୍ର ସାହୁ ପ୍ରମୁଖ ରହିଥିବା ବେଳେ ବିଚାରପତି ଭାବେ ଗୁଡ଼ାରୀ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ ଉପସ୍ଥିତ ରହିଥିବା ବେଳେ ଉକ୍ତ ମାମଲାର i.o. ଭାବେ ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଗୟାସୁଦ୍ଦିନ ଖାନ୍ ହସ୍ତକ୍ଷେପ କରିଥିବା ସୂଚନା ମିଳିଛି ।