ପୁରା ଖବର ବିଷୟରେ



ଘରେ କେହି ନଥିବା ଅବସ୍ଥାରେ ସର୍ଗିଗୁଡା ଗ୍ରାମର ସିମାଦ୍ରୀ ଦିବାକର ଘରେ କଳା କନା ବୁଲାଇଲେ ଦୃର୍ବୁତ୍ତ, ସନ୍ଦାନୀ କୁକୁର ସାହାଯ୍ୟରେ ତଦନ୍ତ ।

Sep 23 2022 7:37AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଏମ.କେ. ରାଇ ଗ୍ରାମପଞ୍ଚାୟତ ଅଧିନସ୍ଥ ସର୍ଗିଗୁଡା ଗ୍ରାମର ସିମାଦ୍ରୀ ଦିବାକରଙ୍କ ଘରେ କେହି ନଥିବା ଅବସ୍ଥାରେ ଘରର ତାଲା ଭାଙ୍ଗି କଳାକନା ବୁଲାଇଲେ ଦୃର୍ବୁତ୍ତ, ସନ୍ଦାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରହିଛି । ସୂଚନା ମୁତାବକ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ନେଇ ସିମାଦ୍ରୀ ଦିବାକର ସପରିବାର ସହ ଗତ ୧୯-୯-୨୦୨୨ ତାରିଖରେ ବିଶାଖାପାଟଣା ମେଡିକାଲ ଯାଇଥିଲେ, ଆଜି ୨୨-୨-୨୦୨୨ତାରିଖ ସକାଳ ୬ ଘଣ୍ଟା ସମୟରେ ଘରେ ପହଞ୍ଚି ଦେଖିଲା ବେଳକୁ ତାଲା ଭାଙ୍ଗିଛି, ଘରେ ପଶିଲା ପରେ ଲୁହା ଆଲମାରୀ ଓ କାଠର ଆଲମାରୀ ଖୋଲା ହୋଇ ଜିନିଷ ପତ୍ର ଅସଜଡା ଭାବେ ପଡ଼ି ରହିଛି, ଆଲମାରୀରେ ଖୋଜାଖୋଜି କରିବା ପରେ ସୁନାର କାନଫୁଲ ଦୁଇ ହଳ, ସୁନାର ଚେନ ୨ଟି,ସୁନାର ହାର ଗୋଟିଏ ମୋଟ ପ୍ରାୟ ୩ ତୋଳା ଏବଂ ରୁପାର ଥାଳି,ଗ୍ଳାସ,ଢାଳ,ଦୀପ ଓ ପୂଜା ସାମଗ୍ରୀ ମୋଟ ପ୍ରାୟ ୩ କେ.ଜି. ଏବଂ ନଗଦ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଚୋରୀ ହୋଇଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଗୁଡ଼ାରୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ଗୁଡ଼ାରୀ ଥାନା କେସ ନମ୍ବର ୭୧/୨୦୨୨ରେଏକ ମାମଲା ରୁଜୁ କରାଯାଇ ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସହାୟକ ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ୟଚିନ୍ଦ୍ର ସାହୁ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରାଯାଇଥିଲା । ଅଧିକ ତଦନ୍ତ ନିମନ୍ତେ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।