ପୁରା ଖବର ବିଷୟରେ



ଅହିଂସା ରଥକୁ ଗୁଡ଼ାରୀ ସହରର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହ ପରିକ୍ରମା ।

Sep 20 2022 8:26PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଅହିଂସା ରଥକୁ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମାର ବିଭିନ୍ନ ସ୍ଥାନରେ ପୂର୍ବାହ୍ନ ସାଢେ଼ ୭ଘଣ୍ଟା ସମୟରେ ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର,ଗୁଡାରୀ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ତହସିଲଦାର ଶ୍ରୀମତୀ ଭାରତୀ ଦେବୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କଲ୍ୟାଣ ମଣ୍ଡପ ଗୁଡ଼ାରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅହିଂସା ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହିତ ଗୁଡାରୀ ସହରରେ ପରିକ୍ରମା କରାଯାଇ ବ୍ଳକ ଅଂଚଳ ସିରିଗୁଡା-ଚନ୍ଦ୍ରପୁର ରାସ୍ତାର ଗୁଡାରୀ ସୀମାରେ ସହର ବାସୀ ବିଦାୟ ଦେଇଥିଲେ । ସେଠାରୁ ବ୍ଳକ ଓ ତହସିଲ ପ୍ରଶାସନ ପାଛୋଟି ନେଇଥିବା ବେଳେ ବାମୁଣୀଡ଼ଙ୍ଗର - ଡୁମ୍ବାଗୁଡା ଛକରୁ ଅଞ୍ଚଳ ବାସୀ ପାରମ୍ପରିକ ବାଦ୍ୟରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇପାଛୋଟି ନେଇ ଥିଲେ । ଅଂଚଳ ବାସୀ ସ୍ଥାନେ ସ୍ଥାନେ ବାମୁଣୀ ଡ଼ଙ୍ଗର, ଅସଡ଼ା, ଭୁରୁକୁଡୁ ଓ ଶିରୀଗୁଡା ପର୍ଯ୍ୟନ୍ତ ପହଞ୍ଚି ବିପୁଳ ସ୍ୱାଗତ ଜଣାଇବା ସହ ଶିରୀଗୁଡା ସଦରରେ ମିଶନ ଶକ୍ତି ଅନ୍ତର୍ଭୁକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅଙ୍ଗନବାଡି କର୍ମୀ ମାନଙ୍କ ତରଫରୁ ପୋଷଣ ଖାଦ୍ୟର ପ୍ରଦର୍ଶନ କରାଯାଇଥିବା ସହିତ କୁନି କୁନି ନେଇ ମହାପୁରୁଷ ମାନଙ୍କ ବେଶରେ ସୁସଜ୍ଜିତ ପ୍ରଦର୍ଶନ କରିଥିଲେ ।ଏହି ଅବସରରେ ଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୂଶ୍ରୀ ସୁଶ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରାୟଗଡ଼ାର ଶ୍ରୀ ପିତବାସ ବିଶ୍ବାଳ, ଏବଂ ଶ୍ରୀ କାହ୍ନୁଚରଣ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର, ବିଡ଼ିଓ ଗୁଡ଼ାରୀ ଶ୍ରୀ ନୃସିଂହ ଚରଣ ସେଠୀ, ତହସିଲଦାର ଶ୍ରୀମତି ଭାରତୀ ଦେବୀ, ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରିମିତା ଶବର, ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କବିବର ପ୍ରଧାନ,ସିଡିପିଓ ଶ୍ରୀମତି ସବିତା ରାଣୀ ବ୍ରହ୍ମା, ଗୁଡ଼ାରୀ ସମିତି ଅଧିନସ୍ଥ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି,ଜନ ପ୍ରତିନିଧି, ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁରକ୍ଷା ଦାୟିତ୍ବରେ ଗୁଡ଼ାରୀ ଥାନା ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଗୟାମୁଦ୍ଦିନ ଖାନ୍ , ସହାୟକ ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ୟଚିନ୍ଦ୍ର ସାହୁ ସମେତ ଆରକ୍ଷୀ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହିଥିଲେ । ଗୁଡ଼ାରୀ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଚନ୍ଦ୍ରପୁର ସୀମାନ୍ତ ବେଲାମ ଗୁଡା ଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ସୂଚନା ମିଳିଛି ।