ପୁରା ଖବର ବିଷୟରେ



ବାସୁଦେବପୁର ବିଧାୟକଙ୍କ ସହିତ ଉପ ଜିଲ୍ଲାପାଳ ଙ୍କ ବାସୁଦେବପୁର ଏ .ବି .କଲେଜ ଗସ୍ତ

Sep 16 2022 11:05AM
(ଶ୍ରୀଯୁକ୍ତ ମହାପାତ୍ର ଙ୍କ ରିପୋର୍ଟ) ଅଟଳବିହାରୀ ମହାବିଦ୍ୟାଳୟ ବାସୁଦେବପୁର କୁ ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ଉପ ଜିଲ୍ଲାପାଳ ମନୋଜ ପାତ୍ର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ର ତଦାରଖ କରି ଥିଲେ। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମହାବିଦ୍ୟାଳୟ ପରିଦର୍ଶନ କରି ସାଇନ୍ସବ୍ଲକ, କମର୍ସବ୍ଲକ, ନଳିନୀଦେବି ଛାତ୍ରୀ ନିବାସ ଓ ଶୌଚାଳୟ ଆଦିର ସମସ୍ୟା ବୁଲି ଦେଖିବା ସହ ଗଭୀର ଉଦବେଗ ପ୍ରକାଶ କରିଥିଲେ ଏବଂ ଏଗୁଡିକୁ କେମିତି ଯଥା ସମ୍ଭବ ଠିକ କରାଯାଇପାରିବ ମାନ୍ୟବର ବିଧାୟକ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଉକ୍ତ ବୈଠକରେ ଉପଜିଲ୍ଲାପାଳ ମନୋଜ ପାତ୍ର ଙ୍କ ସମେତ କଲେଜ ପ୍ରିନସିପାଲ ଚନ୍ଦନ କୁମାର ଜେନା ଉପସ୍ଥିତ ଥିଲେ l ପରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟ ପାଇଁ ବ୍ଲକ୍ ଛାତ୍ର ସଭାପତି କାଳନ୍ଦୀ ସାହୁ ଙ୍କ ସହ ଏକ ବିଜେଡ଼ି ଛାତ୍ର କମିଟି ଗଠନ କରିଥିଲେ। ଆବାହକ ଭାବ ରେ ସତ୍ୟ ସୁନ୍ଦର ମହାକୁଡ, ସହ ଆବାହକ ସରୋଜ ମହାକୁଡ, ଭାଗ୍ୟ ଲକ୍ଷ୍ମୀ ବେହେରା, ଅନ୍ୟ ବିଭିନ୍ନ ପଦବୀ ଘୋଷଣା କରାଯାଇଛି। ସମୁଦାୟ ନ ଟି ପଦବୀ ପାଇଁ ୨୬ ଜଣିଆ ଟିମ୍ ଘୋଷଣା କରାଯାଇଛି।