ପୁରା ଖବର ବିଷୟରେ



କୁଖ୍ୟାତ 6 ସାଇବର ଲୁଟେରା କୁ ମାଡିବସିଛି କ୍ରାଇମବ୍ରାଞ୍ଚ ପୋଲିସ,ଖୁଣ୍ଟା ଜଙ୍ଗଲ ମଧ୍ୟରେ କରୁଥିଲେ ସାଇବର କ୍ରାଇମ

Sep 15 2022 1:59PM
(ରାଜିବ ବେହେରାଙ୍କ ରିପୋର୍ଟ) ଅପରାଧର କଳାଚିଠା ର ଗୁମର ଖୋଲିଦେଲା ବିଶାଳ ଖଣ୍ଡେଲଓ୍ବାଲ l ଜଙ୍ଗଲ ରେ ଟାୱାର ତଳେ ବସି ସିମ ବକ୍ସ ମାଧ୍ୟମରେ ବିଭିନ୍ନ ସିମକୁ ପଠlଉ ଥିଲେ ମେସେଜ କୁ ଯାଇ ଗୋଟିଏ ଘଣ୍ଟାରେ 55.600 ନମ୍ବର କୁ ପଠାଉଥିଲେ ମେସେଜ ଜମତରl ଗ୍ୟାଙ୍ଗ ସହିତ ଲିଙ୍କ ଥିବା ଏହି 6 କୁଖ୍ୟାତ ସାଇବର ଲୁଟେରା,l KYC ଅପଡେଟ କରିବା ଆଳରେ ଓଡ଼ିଶାରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ପାଖକୁ ଆସୁଥିବା ସନ୍ଦିଗ୍ଧ ମେସେଜ ଆସୁଥିବା ଜାଣିବା ପରେ କେନ୍ଦ୍ରିୟ ଟେଲିକମ୍ୟୁନି କେସନ ମନ୍ତ୍ରଣାଳୟ ଏହି ମାମଲାୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ବେତନଟୀ ବାସିନ୍ଦା ବିଶାଲ ଖଣ୍ଡେଲଓ୍ବାଲ ପାଖରେ ପହଁଚିଥିଲା। ବିଶାଳକୁ ଜେରା କରିବା ପରେ ସେ କ୍ରାଇମବ୍ରାଞ୍ଚ ଆଗରେ ଅପରାଧର ପୁରା କଳାଚିଠା ଖୋଲି ଥିଲା । ଓଡ଼ିଶାରେ ରହି ଦେଶର ବିଭିନ୍ନ ସ୍ଥାନ ଲୋକଙ୍କ ଠକେଇ କରି ଲୁଟ ର ଅଭିଯୁକ୍ତ ମାନଙ୍କ ଭିତରେ ବିଭୁତି ମହାନ୍ତ,28, ରବି ନାରାୟଣ ମହାନ୍ତି,3,,, ସୁନା ମଣି ବେହେରା, ସ୍ତ୍ରୀ -ଏକ ସାଇବର ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଏଭଳି ଚାଞ୍ଚଲ୍ୟ କର ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ । ଏହି ଗ୍ୟାଙ୍ଗର ସଦସ୍ୟ ଲୋକଙ୍କ KYC ଅପଡେଟ କରିବା ଆଳରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ମେସେଜ ପଠାଇବାର ସହ ସେମାନଙ୍କୁ ଠକେଇ କରୁଥିଲେ । ଏହି ଗ୍ୟାଙ୍ଗର ମୋଟ ୬ ଜଣ ସାଇବର ଠକଙ୍କୁ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ବାରିପଦା ପୋଲିସ ମିଳିତ ସହଯୋଗରେ ଗିରଫ କରିଥିବା ବେଳେ ସେମାନଙ୍କୁ ଠାରୁ ୩ ହଜାର ପ୍ରିଆକ୍ଟିଭେଟେଡ୍ ସିମ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବେତନଟୀ ଅଞ୍ଚଳର ଖଣ୍ଡେଲୱାଲଙ୍କ ପୁଅ ବିଶାଲ ଖଣ୍ଡେଲୱାଲ, ବୈଶିଙ୍ଗା ଥାନା ସରବଣା- ନୂଆଗାଁର କରୁଣାକର ଦାସଙ୍କ ପୁଅ ସୁଧାଂଶୁ ଦାସ, ରାସଗୋବିନ୍ଦପୁର ଅମର୍ଦାର ଅମ୍ଳାନ ମିଶ୍ର ଓ ନଳଗଜାର ନିଗମ ପାତ୍ର ଏବଂ ଖୁଣ୍ଟା ଥାନା ଭଣ୍ଡଗାଁର ପପୁ ପାତ୍ର । ସମସ୍ତଙ୍କ ବୟସ ୨୭ ରୁ ୩୨ବର୍ଷ ମଧ୍ୟରେ ହେବ। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଗଣ ମୋବାଇଲରେ ବ୍ୟବହୃତ ବିଭିନ୍ନ କମ୍ପାନୀର ସିମ କାର୍ଡ ନମ୍ବର ଦ୍ବାରା ସିମ ବକ୍ସ ମାଧ୍ୟମରେ ସମୂହ କଲ୍ ଓ ମେସେଜ ପ୍ରସ୍ତୁତ କରୁଥିଲେ। ଯାହାକି ନିର୍ବାଚନ ସମୟରେ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ଏକ ସଙ୍ଗେ ଅନେକ ଗୁଡ଼ିଏ ମୋବାଇଲକୁ ବାର୍ତ୍ତା ପହଞ୍ଚାଇ ଥାଏ। ସମସ୍ତ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ବେତନଟୀ ଅଞ୍ଚଳରେ । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ବାଲ ଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟାମାନଙ୍କ ପାଖରେ ସାଇବର ସମ୍ପର୍କିତ ଗଭିର ଜ୍ଞାନ ଥିଲା । ସେହି ଜ୍ଞାନକୁ ବ୍ୟବହାର କରି ଏହି ଗ୍ୟାଙ୍ଗ KYC ଅପଡେଟ କରିବା ଆଳରେ ଲୋକଙ୍କୁ ମେସେଜ କରୁଥିଲା। ଏବଂ ଠକେଇ ମଧ୍ୟ କରୁଥିଲେ । ବଡ଼ କଥା ହେଉଛି ଏହି ସାଇବର ଠକମାନେ ମେସେଜ ପଠାଇବା ପାଇଁ ସିମ୍ ବକ୍ଟର ବ୍ୟବହାର କରୁଥିଲେ । ଏହି ସିମ୍ ବକ୍ଟ ହେଉଛି ଶହଶହ ସିମକୁ ଆସେମେସ କରି ପ୍ରସ୍ତୁତ ହୋଇଥିବା ଏମିତି ଏକ ଡିଭାଇସ୍ ଯାହା ଜରିଆରେ ଅପେକ୍ଷାକୃତ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ମେସେଜ ପଠାଯାଇପାରିବ । ଏମାନଙ୍କ ପାଖରୁ ଦୁଇଟି ସିମ ବକ୍ସ ଜବତ ହୋଇଛି । ପ୍ରତି ସିମ୍ ବକ୍ସରେ ୫୧୨ ଲେଖାଏଁ ସିମ ଖଞ୍ଜା ଯାଇଥିଲା। ଏହି ସିମ ବକ୍ସ ଏକ ଘଣ୍ଟାରେ ୫୫ ହଜାର ୬୦୦ଟି ମେସେଜରେ ପୁସ କରୁଥିଲା । ଏହି ଗ୍ୟାଙ୍ଗ ଦିନକୁ ସାଢେ ୬ ଲକ୍ଷ କରି ପାଖରେ ଥିବା ଦୁଇଟି ସିମ ବକ୍ସ ଜରିଆରେ ଦୈନିକ ପ୍ରାୟ ୧୩ ଲକ୍ଷ ମୋବାଇଲକୁ ଫେକ ମେସେଜ ପୁସ କରୁଥିଲେ। ଯେଉଁମାନେ ଏହି ଫେକ ମେସେଜର ଉତ୍ତର ଦେଉଥିଲେ । ସେମାନଙ୍କ ଠାରୁ ବିଭିନ୍ନ ସେବା ପ୍ରଦାନ କରିବା ଆଳରେ ଅର୍ଥ ଠକୁଥିଲେ ଏହି ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ବିଶାଲ ଖଣ୍ଡେଲଓ୍ବାଲ ପ୍ରଥମେ ଏହି ସିମ ବକ୍ସଟିକୁ କିଣିଥିଲା। ଏହା ପରେ ମେସେଜ ପଠାଇବା ପାଇଁ ସେ ତାର ବନ୍ଧୁ ତାପସକୁ ନିୟୋଜିତ କରିଥିଲା । ଏହି ଗ୍ୟାଙ୍ଗର ଦୁଇ ପ୍ରମୁଖ ସଦସ୍ୟ ସୁଧାଶୁଂ ପାତ୍ର ଓ ନିଗମ ପାତ୍ର ପ୍ରି-ଆକ୍ଟିଭେଟ୍ ସିମ୍ ଯୋଗାଉଥିଲେ। କିଛି ମାସ ପରେ ତାପସ ଆଉ ଦୁଇ ଜଣ ଯୁବକ ଅଜୟ ପାତ୍ର ଓ ଅଜୁ ପାତ୍ରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲା । ସୂଚନାଯୋଗ୍ୟ "ଖୁଣ୍ଟା ଠାରୁ ୬ କିଲୋମିଟର ଦୁରରେ ଥିବା ଏକ ଜଙ୍ଗଲ ମଧ୍ୟରେ ଏହି ଗ୍ୟାଙ୍ଗ ଅପରେଟ କରୁଥିଲା। ସେହି ଜଙ୍ଗଲ ଭିତରେ ଥିବା ଏକ ଛୋଟିଆ ଘରେ ଏହି ୫ ଜଣ ସଦସ୍ୟ ସିମ୍ ବକ୍ଟ ରଖି ଏହି ଲୋକଙ୍କୁ ମେସେଜ ପୁସ କରିବା କାର୍ଯ୍ୟ କରୁଥିଲେ । ଜେରା ସମୟରେ ସିମ୍ ବକ୍ଟକୁ ଚେନାଇରୁ କିଣିଥିଲା ବିଶାଲ । କିନ୍ତୁ ସନ୍ଦେହ କରାଯାଉଛି ତାହା ଦେଶ ବାହାରୁ କିଣା ହୋଇଛି। ଏ ମାନେ ଗତ ବର୍ଷ ସେପଟେମ୍ବର ମାସରୁ ସିମ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଥିଲେ । ଓ ଜାନୁଆରୀ ମାସରୁ ପେସାଦାର ଢଙ୍ଗରେ ସାଇବର ଠକେଇ ଆରମ୍ଭ କରିଥିଲେ। ଏମାନେ କେତେ ଲୋକଙ୍କୁ ଠକିଛନ୍ତି ତାହାର ତଦନ୍ତ ଜାରିରହଜଛି । ଏହା ଯେ କେବଳ ଓଡ଼ିଶାରେ ସୀମିତ ତାହାନୁହେଁ ଏମାନଙ୍କ ଲିଙ୍କରେ ଆଉ କେଉଁମାନେ ଅଛନ୍ତି ତାହା ବି ଜାଞ୍ଚ କରାଯାଉଛି"।