ପୁରା ଖବର ବିଷୟରେ



ରାୟଗଡ ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭା ସଦାଚାର କମିଟି ଜିଲ୍ଲାର ଉଚ୍ଚ ପଦାଧୀକାରୀଙ୍କ ସହିତ ଆଲୋଚନା ।

Sep 14 2022 10:39AM
(:ପ୍ରସାଦ ଲିମାଙ୍କ ରିପୋର୍ଟ) ରାଜ୍ୟ ବିଧାନସଭା ସଦାଚାର କମିଟି ପକ୍ଷରୁ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ କରି ଜିଲ୍ଲାର ଉଚ୍ଚ ପଦାଧୀକାରୀଙ୍କ ସହିତ ଜନପ୍ରତିନିଧିଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଧାନସଭା ସଦାଚାର କମିଟିର ସଭାପତି-ତଥା-ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟତଃ ବିଧାନସଭା ପ୍ରଣୀତ ବୁକ୍‍ ସର୍କୁଲାର-୪୭ ଅନୁଯାୟୀ ଜନପ୍ରତିନିଧୀଙ୍କ ଚିଠି ପହଞ୍ଚିବା କ୍ଷଣି ତାର ତୁରନ୍ତ ପ୍ରାପ୍ତି ସ୍ୱୀକାର ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲା ସ୍ତରରୁ ଆରମ୍ଭ କରି ନିମ୍ନସ୍ତର ପର୍ଯ୍ୟନ୍ତ ଉପଯୁକ୍ତ କାର୍ଯ୍ୟାଳୟରେ ଜଣେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ସମନ୍ୱୟକାରୀ ଭାବେ ନିଯୁକ୍ତ କରାଯିବ । ସେହିପରି ପ୍ରତ୍ୟେକ ମାସର ଏକ ତାରିଖ ଓ ପନ୍ଦର ତାରିଖରେ ଜିଲ୍ଲାର କାର୍ଯ୍ୟାଳୟ ଗୁଡିକରେ ଜନପ୍ରତିନିଧିଙ୍କ ଚିଠି ଗୁଡିକର ସମୀକ୍ଷା ହେବ । ଚିଠିର ସର୍ବଶେଷ ଉତ୍ତର ଦେବା ସମ୍ଭବ ନହେଲେ ଅନ୍ତରୀଣ ଉତ୍ତର ପ୍ରଦାନ କରାଯିବ । ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ ପ୍ରତି ତିନି ମାସ ଥରେ ଅନୁଷ୍ଠିତ ହେବ । ବୈଠକର ବିବରଣୀ ପ୍ରତ୍ୟେକ ସଦସ୍ୟ ଓ ନ୍ୟସ୍ତଥିବା ବିଭାଗ ଅଧିକାରୀଙ୍କୁ ପ୍ରଦାନ କରାଯିବ । ପ୍ରତ୍ୟେକ ବିଭାଗର ମୁଖ୍ୟ ଜିଲ୍ଲା ସ୍ତରୀୟ ଆହୁତ ବୈଠକରେ ଉପସ୍ଥିତ ରହିବେ । ଏକାଧିକବାର ଅନୁପସ୍ଥିତ ରହିଲେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଦିଆଯିବ । ସଦାଚାର କମିଟି ଅନ୍ତର୍ଭୁକ୍ତ ଚିଠି ଗୁଡିକର ଉତ୍ତର ପ୍ରଦାନ ବ୍ୟବସ୍ଥା ସଂକ୍ରାନ୍ତରେ ବିଚାର କରାଯିବ ବୋଲି ଅଧ୍ୟକ୍ଷ ମତପ୍ରକାଶ କରିଥିଲେ । ବୈଠକରେ କମିଟିର ସଦସ୍ୟଙ୍କ ମଧ୍ୟରେ ପ୍ରଫୁଲ ସାମଲ, ପିତମ୍‍ ପାଢୀ, ଅଙ୍ଗଦ କହଁର ଓ ଦାଶରଥୀ ଗମାଙ୍ଗ ,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗ ଦେଇ ବିଧାନସଭା ପ୍ରଣୀତ ବୁକ୍‍ ସର୍କୁଲାର-୪୭ ବିଷୟରେ ଜିଲ୍ଲାର ଉଚ୍ଚ ପଦାଧୀକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବହୁତ ସୁନ୍ଦର ଭାବରେ କାର୍ଯ୍ୟ ହେଉଛି ବୋଲି ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ବିଧାନସଭା ସଦାଚାର କମିଟି ପ୍ରଶଂସା କରିଥିଲେ । : ରାୟଗଡ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଧାନସଭା ସଦାଚାର କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଅବଗତ କରାଇଥିଲେ । ବିଧାନସଭା ସଦାଚାର କମିଟି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରକ୍ତ ଜିଲ୍ଲା ପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର,ଉପଜିଲ୍ଲାପାଳ ଗୁଣୁପୁର ଲୋକନାଥ ଦଲାବେହେରା, ଜିଲ୍ଲା ମୁଖ୍ୟ ଚକିତ୍ସl ଅଧିକାରୀ ଡ଼ାକ୍ତର ଲlଲମୋହନ ରାଉତରାୟ,ପିଡ଼ି, ଜଳ ବିଭାଜିକ ମିଶନ, ଦୟାନିଧି ବାଘ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦାଶ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା,ପିଏ ଆଇଟିଡିଏ ପଦ୍ମ ଚରଣ ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯlଜ୍ଞସେନି ବେହେରା,ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ତହସିଲଦାର ତାପସ ରାଉତ,ବିଡ଼ିଓ ଲକ୍ଷ୍ମୀ ନାରାୟଣ ସାବତ, ସମେତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀଗଣ ବୈଠକରେ ଉପସ୍ଥିତ ଥିଲେ ।