ପୁରା ଖବର ବିଷୟରେ



ବେଆଇନ ଗୋରୁ ଚାଲାଣ କାରି ଗୋରୁ ମାଫିଆ ଏବେ ପୋଲିସ କବଜାରେ, ଗାଡ଼ି ସମେତ ଦୁଇ ଅଭିଯୁକ୍ତ ଗିରଫ

Sep 7 2022 5:28AM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ରେ ବେଆଇନ ଗୋରୁ ଚାଲାଣ କାରି ଗୋରୁ ମାଫିଆ ମାନଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହାର ଚେର ବାହାର ରାଜ୍ୟକୁ ଲମ୍ବିଥିବାର ନଜର କୁ ଆସିଛି l ଏହିଭଳି ଏକ ସଙ୍ଗୀନ ଘଟଣା ଘଟିଯାଇଛି ଉଦଳା ଅଞ୍ଚଳରେ,ଭଦ୍ରକ, ଠାକୁରମୁଣ୍ଡ, କରଞ୍ଜିଆ,କପ୍ତିପଦା,ଉଦଳା, ବାରିପଦା ଦେଇ ସିଧା ପଶ୍ଚିମ ବଙ୍ଗକୁ ଚାଲାଣ ହେଉଥିବା ବେଳେ ବିଭିନ୍ନ ଗୋ ରକ୍ଷକ ଅନୁଷ୍ଠାନ ତରଫରୁ ଅଭିଯୋଗ କରିବା ସହିତ ପ୍ରତିବାଦ ମଧ୍ୟ କରି ବିଭିନ୍ନ ସମୟରେ ଲହୁ ଲୁହାଣ ହୋଇଛନ୍ତି, ସରକାରଙ୍କୁ ଏଥିପାଇଁ ରୋକ ଲଗାଇବା କୁ ବିଭିନ୍ନ ଗଣମାଧ୍ୟମ ଆଗରେ ନିବେଦନ ଜଣାଇ ଛନ୍ତି, ସତରେ କଣ ଗୋମାତାର ସୁରକ୍ଷା ହେଇପାରିବନି, କଣ ଗୋମାତା ଏମିତି କେତେ ଦିନ ମାଫିଆ ଙ୍କ ଶିକାର ହେଉଥିବେ, ସରକାର କଣ ପାଇଁ ନିରବ ଦ୍ରଷ୍ଟା ? ଏହି ପରି ପ୍ରେକ୍ଷୀରେ ବିଶେଷ ସୂତ୍ରରୁ ଖବର ପାଇ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ପୋଲିସ କୁ ଆକ୍ସନ ମୋଡ଼ ରେ ଦେଖିବାକୁ ମିଳିଛି l ଆଜି ସକାଳ ସମୟରେ ଉଦଳା ଦେଇ ଦ୍ରୁତ ଗତିରେ ବୈଶିଙ୍ଗା ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଗାଡ଼ି କୁ ପିଛାକାରୀ ଜୁଆଳିଆ ନିକଟରୁ OD11X5676 ନମ୍ବର ବିଶିଷ୍ଟ ପିକଅପ ଗାଡିକୁ ଜବଦ କରିବା ସହିତ 8 ଗୋଟି ଗୋରୁ ଉଦ୍ଧାର କରି ବାଲେଶ୍ୱର ଗୋ ଶlଳାକୁ ପଠାଇ ଥିବା ବେଳେ,ଖୁଣ୍ଟା ଅଞ୍ଚଳର ଡ୍ରାଇଭର କlନ୍ହୁ ମାଣ ପିତା ଶରତ ମାଣ ଅନ୍ୟ ଜଣେ ଝାଡ଼ ଖଣ୍ଡ ମହାରାଜ ପୁର ଅଞ୍ଚଳର ବିଲାଲ ଅହମଦ ବୋଲି ସୂଚନା ମିଳିଥିବା ବେଳେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ତଦନ୍ତ ଚଳାଇଛଛି ଉଦଳା ପୋଲିସ, ପୋଲିସର ତଦନ୍ତ ପରେ ଆହୁରି ଅଧିକ ତଥ୍ୟ ସାମ୍ନାକୁ ଆସିବାର ପୋଲିସ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି l ଉଦଳା ପୋଲିସ ର ଏପରି ମହତ କାମକୁ ବୁଦ୍ଧିଜୀବୀ ମୋହଲରେ ବହୁତ ପ୍ରସଂଶା କରିଛନ୍ତି l