ପୁରା ଖବର ବିଷୟରେ



ବ୍ଳକ ପ୍ରଶାସନର ପ୍ରତିଶୃତି ପରେ ଆମରଣ ଅନଶନ ପ୍ରତ୍ୟାହାର ।

Sep 7 2022 5:23AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତର ଗୋୖଡ ଢେପାଗୁଡା ଗ୍ରାମରେ ଟେଲିଫୋନ ସେବା ଯୋଗାଇଦେବା ନିମନ୍ତେ ଗୋୖଡ ଢେପାଗୁଡା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟ ନାରାୟଣ ଦୋରା ପରିଚିତ ନାମ ବୁଢ଼ା ଗୋୖଡ ଅଞ୍ଚଳ ବାସୀଙ୍କ ପୂର୍ଣ୍ଣ ସମର୍ଥନରେ ଗତ ୦୨-୦୯-୨୦୨୨ ତାରିଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନକୁ ଆପଣେଇଥିଲେ । କିନ୍ତୁ ବ୍ଳକ ପ୍ରଶାସନ ପକ୍ଷରୁ ଦ୍ବିତୀୟ ଦିନରେ ଗୁଡ଼ାରୀ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ ଏବଂ ତହସିଲଦାର ଶ୍ରୀମତି ଭାରତୀ ଅନଶନ ସ୍ଥାନରେ ପହଞ୍ଚି ଅନଶନରେ ବସିଥିବା ପୁର୍ବତନ ସରପଞ୍ଚଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସରକାରଙ୍କ ପକ୍ଷରୁ ଗୁଡ଼ାରୀ ବ୍ଳକରେ ୫୯ ଗୋଟି ମୋବାଇଲ ଟାୱାର ନିର୍ଦ୍ଧାରିତ ଅନୁମୋଦିତ ହୋଇଥିବା ବେଳେ ଢେପାଗୁଡା ଅଞ୍ଚଳରେ ୩୨ ଗୋଟି ମୋବାଇଲ ଟାୱାର ନିମନ୍ତେ ଅନୁମୋଦନ ହୋଇଥିବା ବେଳେ ୧୮ ଗୋଟି ଗ୍ରାମରେ ସ୍ଥାନ ଚିହ୍ନଟ ହୋଇସାରିଛି ବୋଲି ପ୍ରମାଣ ସହ ଦସ୍ତାବିଜର ଅବିକଳ ନକଲ ହସ୍ତାନ୍ତର କରିଥିଲେ । କିନ୍ତୁ ଅନଶନରୁ ହଟିନଥିଲେ ଶ୍ରୀ ସତ୍ୟ ନାରାୟଣ ଦୋରା । ଅତି ଜଟିଳ ପରିସ୍ଥିତି ର ସମ୍ମୁଖୀନ ପାଇଁ ତହସିଲଦାର ଶ୍ରୀମତି ଭାରତୀ ଦେବୀ ଅନଶନର ତୃତୀୟ ଦିନରେ ପଞ୍ଚାୟତ ପ୍ରତିନିଧି ସରପଞ୍ଚ ଶ୍ରୀମତି ରେଣୁକା ଶବର ଏବଂ ସମିତି ସଭ୍ୟା ଶ୍ରୀମତି ଶୁମଳା ଲିମାଙ୍କ ସହ ଆଲୋଚନା କରିଥିବା ବେଳେ ସରପଞ୍ଚ ଏବଂ ସମିତି ସଭ୍ୟା ଲିଖିତ ପ୍ରତିଶ୍ରୁତି ଦେଇଥିଲେ କି ଆଗାମୀ ଡ଼ିସେମ୍ବର ୨୦୨୨ ସୁଧା ସରକାର ଆମ ପଞ୍ଚାୟତରେ ମୋବାଇଲ ଟାୱାର ସେବା ଯୋଗାଇ ନଦେଲେ ଆସନ୍ତା ଜାନୁଆରୀ ୨୦୨୩ ରେ ବ୍ଳକ କାର୍ଯ୍ୟାଳୟ ଗୁଡ଼ାରୀ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଆମେ ନିଜେ ବସିବାକୁ ବାଧ୍ୟ ହେବୁ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଗୁଡ଼ାରୀ ତହସିଲଦାର ଶ୍ରୀମତି ଭାରତୀ ଦେବୀ, ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବରଙ୍କ ଉପସ୍ଥିତରେ ଅନଶନକାରୀ ଶ୍ରୀ ଦୋରାଙ୍କୁ ଫଳରସ ଦେଇ ଅନଶନ ଭାଙ୍ଗିଥିବା ବେଳେ ଶ୍ରୀ ଦୋରା ଫଳରସ ପିଇ ଅନଶନକୁ ପ୍ରତ୍ୟାହାର କରିଥିଲେ।