ପୁରା ଖବର ବିଷୟରେ



ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ.........

Sep 7 2022 5:21AM
(ରାଜିବ ବେହେରାଙ୍କ ରିପୋର୍ଟ) ରକ୍ତଦାନ ମହା ପୁଣ୍ୟ ଏହି ମହତ ଉଦେଶ୍ୟ କୁ ସାର୍ଥକ କରି ଦେଖାଇ ଛନ୍ତି ରାଢୋ ଲୁଇପା ଡିଗ୍ରୀ ମହା ବିଦ୍ୟାଳୟ ରେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଅଧିନସ୍ଥ ରାଢୋ ଗ୍ରାମର ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି , ମୁଖ୍ୟ ଅତିଥି ରୂପେ ରାଢୋ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବସେନ ମାର୍ଣ୍ଡି ଯୋଗଦାନ କରି ଫିତା କାଟି ଏହି ରକ୍ତଦାନ ଶିବିର ଉଦଘାଟନ କରିଥିବା ବେଳେ କଲେଜ ର ଅଧକ୍ଷ ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ମହାପାତ୍ର ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତ ସଂଗ୍ରହ କରାଇ ଥିଲେ l ଏହି ଉଦଘାଟନ ସଭାରେ କଡକ୍ଟର ଖଗେଶ୍ୱର ସିଂଘ,ଉଦଳା ଡlକ୍ଟର ଖାନର ଲାବ୍ରାଟେରୀ ଟେକନିସିୟାନ କୃଷ୍ଣ ଚଦ୍ର ମlର୍ଣ୍ଣି, ନର୍ସିଂ ଅଫିସର କୋମଳ ଲୋଚନ ନାୟକ,,ହେଲ୍ପ ଡେ଼କ୍ସ ର ମ୍ୟାନେଜର ଅବିନାଶ କର,ସିକୁରିଟି ଅଫିସର ହୂରସିକେଶ ବାଗ ଏହି ରକ୍ତଦାନ ଶିବିରରେ ରକ୍ତ ସଂଗ୍ରହ କରିଥିଲେ l N. C. C ଏବଂ ଏନ. ଏସ. ଏସ ସ୍ବେଛାସେବୀ ମାନେ ଯୋଗ ଦେଇ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିବା ସହିତ ଅତିଥିଙ୍କୁ ପାଛୋଟି ଆଣି ଥିଲେ l ସମ୍ବାଦ ଆମ ଓଡ଼ିଶା ଓ ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ର ମିଳିତ ସହଯୋଗ ରେ ଏହି ସ୍ଵେଛା କୃତ ରକ୍ତ ଦାନ ଶିବିରରେ ମୋଟ 66ୟୁନିଟ ରକ୍ତ ସଂଗ୍ରହ କରି ଉଦଳା ରକ୍ତ ଭଣ୍ଡାର କୁ ପଠାଇ ଦିଆଯାଇଛି।