ପୁରା ଖବର ବିଷୟରେ



ଅଞ୍ଚଳର ମୌଳିକ ଅଧିକାର ଦୂର ସଞ୍ଚାର ସେବା ଯୋଗାଇଦେବା ନିମନ୍ତେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନସନ ।

Sep 3 2022 8:42AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲାର ଆଦିବାସୀ ଉପାନ୍ତ ଅଞ୍ଚଳ ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତର ଗୌଡ ଢେପାଗୁଡା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟ ନାରାୟଣ ଦୋରା,ପରିଚିତ ନାମ ବୁଢ଼ା ଗୋୖଡ ଅଞ୍ଚଳରେ ଦୂର ସଞ୍ଚାର ଟାୱାର ସେବା ତଥା ମୋବାଇଲ ଟାୱାର ସେବା ଯୋଗାଇଦେବା ନିମନ୍ତେ ଅଞ୍ଚଳର ଜନସାଧାରଣଙ୍କ ପୂର୍ଣ୍ଣ ସମର୍ଥନ ଓ ସହଯୋଗରେ ଆଜି ୦୨-୯୦-୨୦୨୨ ତାରିଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନସନରେ ମଞ୍ଚାସୀନ ହୋଇଛନ୍ତି । ସୂଚନା ଥାଉକି ଢେପାଗୁଡା ଠାରୁ ଗୁଡ଼ାରୀ ୧୦ କିଲୋମିଟର ।ପେଣ୍ଡିଲି ଗ୍ରାମପଞ୍ଚାୟତ ସଦର ମହକୁମା ହୋଇଥିଲେ ହେଁ ଢେପାଗୁଡା ସଦର ଗ୍ରାମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ,ଡାକସେବା କାର୍ଯ୍ୟାଳୟ, ଭଳି ଅନେକ କାର୍ଯ୍ୟାଳୟ ମାନ ରହିଥିବା ବେଳେ ମୋବାଇଲ ଓ ନେଟ ସେବାରୁ କାର୍ଯ୍ୟାଳୟ ସମେତ ଅଞ୍ଚଳ ବାସୀ ବଞ୍ଚିତ । ଦୀର୍ଘ ବହୁ ବର୍ଷ ଧରି ଅଞ୍ଚଳ ବାସୀ ମୋବାଇଲ ଟାୱାର ନିମନ୍ତେ ସରକାରଙ୍କୁ ଗୁହାରି ଜଣାଇବା ସହ ଅଭିଯୋଗ କରି ଆସୁଥିଲେ ହେଁ ସରକାର କର୍ଣ୍ଣପାତ ନକରି ନିରବଦ୍ରଷ୍ଟା ସାଜିଥିବା ଅନୁମେୟ ହେଉଛି । ସରକାର ବିକାଶର ନାଗରା ପିଟୁଥିବା ବେଳେ ଅଞ୍ଚଳ ବାସୀ ମୌଳିକ ଅଧିକାରରୁ ବଞ୍ଚିତ ଏହା ସ୍ବଷ୍ଠ ବାରି ହେଉଛି । ଯାହା ଫଳରେ ଆଜି ଅଞ୍ଚଳ ବାସୀଙ୍କୁ ଏଇଦିନ ଦେଖିବାକୁ ମିଳିଛି । ତେଣୁ ଆଜି ଅଞ୍ଚଳର ଜନସାଧାରଣଙ୍କ ପୂର୍ଣ୍ଣ ସମର୍ଥନ ଓ ସହଯୋଗରେ ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟ ନାରାୟଣ ଦୋରା ଅଞ୍ଚଳର ମୌଳିକ ଅଧିକାରକୁ ଜାହିର କରିବାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନକୁ ଆପଣେଇଛନ୍ତି । ତେବେ ସରକାର ଏହି ପରିପ୍ରେକ୍ଷୀରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।