ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ନୂଆଖାଇ ପର୍ବ ୨୦୨୨ ମହା ଆଡମ୍ବର ରେ ପାଳିତ l

Sep 3 2022 8:25AM
(ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ଼:- ରାୟଗଡ଼ ଜିଲ୍ଲା ସ୍ତରୀୟ ନୂଆଖାଇ ପରବ-୨୨ ସ୍ଥାନୀୟ ଜିଲ୍ଲା ସଂକୃତି ଭବନ ଠାରେ ମହା ଆଡମ୍ବରରେ ପ୍ସଳିତ ହୋଇଯାଇଛି l ଜିଲ୍ଲା ପ୍ରଶl ସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆ ନୂକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀମତି ସ୍ୱଧାଦେବ ସିଂ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ରାୟଗଡା ପୈାର ଅଧ୍ୟକ୍ଷ ପି.ମହେଶ ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲାେକସଂପର୍କ ଅଧିକାରୀ ବସନ୍ତ ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଶସ୍ମିତା ବାଉରୀ ,ମୁଖ୍ୟ ବକ୍ତା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସୁଶାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । କୃଷିଭିତ୍ତିକ ପର୍ବ ନୂଆଖାଇ ଏକ ଭାଇଚାରାର ପର୍ବ । ଚାଷି ଭାଇମାନେ ନିଜ ଅମଳ ଫସଲକୁ ନବାନ୍ନ ଭାବେ ଇଷ୍ଠଦେବୀଙ୍କୁ ଅର୍ପଣ କରି ନୂଆ ଅନ୍ନପ୍ରସାଦ ଭକ୍ଷଣ କରୁଥିବା ବେଳେ ଏହା କେବଳ ପଶ୍ଚିମ ଓଡିଶାରେ ପୂର୍ବେ ଧୁମଧାମରେ ପାଳନ ହେଉଥିଲା । ଛୋଟମାନେ ବଡମାନଙ୍କୁ ନମସ୍କାର ସହ ସମ୍ମାନ ଜଣାଇ ନିଜ ସଂପର୍କ ଡୋରିକୁ ଆହୁରି ମଜବୁତ କରନ୍ତି । ବର୍ତ୍ତମାନ ସମଗ୍ର ରାଜ୍ୟରେ ଏହି କୃଷିଭିତିକ ନୂଆଖାଇ ପର୍ବକୁ ପାଳନ କରାଯାଉଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ପରେ ବିଭିନ୍ନ ଅନୁଷ୍ଠାନଗୁଡିକ ପକ୍ଷରୁ ପାରମ୍ପରିକ ଲାକନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ଥାନୀୟ ସ୍ୱରସାଗର ଓଡ଼ିଶୀ ନୃତ୍ୟ,ମା କାର୍ଲlଶୁଣୀ ଢେମସା ନୃତ୍ୟ ଢେମସା ଓ ସମ୍ବଲପୁରୀ ନୃତ୍ୟ,କାଶୀପୁର ଢେମସା ନୃତ୍ୟ ଦଳ, କଲ୍ୟାଣସିଂପୁର ଲୋକନୃତ୍ୟ ଦଳର କଳାକାରମାନେ ଚିତାକର୍ଷକ ଲୋକନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ପ୍ରଦୀପ ମାଲବିଷୋୟୀ, କାହ୍ନୁଚରଣ ପ୍ରଧାନ, ଅଜିତ ପଣ୍ଡା, ଗ୍ରନ୍ଥା ଗାରିକ ମାରିଆ କିରୋ, ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟର ବଡ଼ବାବୁ ରାମଚନ୍ଦ୍ର ପାତ୍ର, ପ୍ରକ୍ଷେପକ ପୀତବାସ ବିଶ୍ୱାଳ, ସଂଚାଳକ ସାମ୍ରାଟ ସାହୁ,ରାଜେନ୍ଦ୍ର ଦୋରା ପ୍ରମୁଖ କର୍ମଚାରୀ ମାନେ ସହଯୋଗ କରିଥିଲେ l