ପୁରା ଖବର ବିଷୟରେ



ଉଦଳା ଥାନାରେ ପୋଲିସ ସମିତି ବୈଠକ ହୋଇଛି ଅନୁଷ୍ଠିତ

Aug 30 2022 5:29PM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ପରିସର ରେ ଉଦଳା ଥାନା I.I.C ନିରୋଜ କୁମାର ସାମଲ ଙ୍କ ତତ୍ତ୍ୱlବଧାନ ରେ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକର ଆରମ୍ଭ ପୂର୍ବ ରୁ କିଛି ସମୟ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କୁ ସ୍ମରଣ କରାଯାଇ ବୈଠକର ଶୁଭ ଆରମ୍ଭ ହୋଇ ଥିଲା l ଏହି ବୈଠକ ରେ ଉଦଳା ସହିତ ଯୋଡିତ ବହୁ ଅନୁଷ୍ଠାନ, ବରିଷ୍ଠ ସାମ୍ବାଦିକ ଗଣ, ପୋଲିସ ବିଭାଗ ଏବଂ ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି lଦୀର୍ଘ ଦିନ ଧରି କରୋନା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାରର ଉର୍ନ୍ନତି ମୂଳକ ବହୁମୁଖୀ ଯୋଜନା ମାନ କାର୍ଯ୍ୟକାରି ହୋଇ ପାରୁନଥିଲା l ଏହି ବୈଠକ ରେ ଉଦଳା ର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା l ଗୋଟେ ପଟେ କହିବାକୁ ଗଲେ ଉଦଳାରେ ମୁଖ୍ୟତ ବଡ ସମସ୍ୟା ବଜାରରେ ଟ୍ରାଫିକ ସମସ୍ୟା, ରାସ୍ତାର କଡରେ ଭାରୀଯାନ ଓ ଦୁଇଚକିଆ ଯlନ ରଖି ରାସ୍ତା କୁ ସଂକୁଚିତ କରିବା, ଗହଳି ସ୍ଥାନ ମାନଙ୍କ ରେ C. C.tv ଲଗାଇବା, ବଜାର ରାସ୍ତା ଜବର ଦଖଲ କୁ ଉଛେଦ କରିବା,ସକାଳ ବେଳା ସମୟ ଏବଂ ସନ୍ଧ୍ୟା ସମୟରେ ଭିଡ କୁ ଲକ୍ଷ୍ୟ କରି ସକାଳ 9ଟା ଠାରୁ ରାତ୍ର 9ଘଟିକା ପର୍ଯ୍ୟନ୍ତ ବଜାର ମଧ୍ୟକୁ ଭାରୀଯାନ ନିଷିଦ୍ଧ ପାଇଁ ନିଷ୍ପତି ନିଆ ଯାଇଥିବା ବେଳେ ବିଶେଷକରି ପତ୍ରିଛକ ଠାରୁ କୃଷକ ବଜାର ଦମକଳ କେନ୍ଦ୍ର ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବା, ରାତ୍ରୀ ସମୟ ରେ 11ଘଟିକା ସମୟ ପୂର୍ବରୁ ବଜାରରେ ଦୋକାନ ବନ୍ଦ କରିବା, ଦ୍ରୁତଗତି ରେ ଏବଂ ଅଧିକ ସାଉଣ୍ଡ ହର୍ଣ ବଜାଇ ଗାଡିଚାଳକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା l ଏହିପରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ପୋଲିସ ପ୍ରଶାସନ ଏବଂ ସାଧାରଣ ଜନତା ଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ କରିବା ସହିତ.... ଭୟଭୀତ ନ ହୋଇ ଭାଇଚାରାର ସମ୍ପର୍କ ରଖିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରାଯାଇଛି l ଏହି ବୈଠକ ଆସନ୍ତା ମାସରେ ଅନୁଷ୍ଠିତ ହେବବୋଲି ସୂଚନା ପ୍ରଦାନ ସହିତ, ବୈଠକ ସମାପ୍ତ ହୋଇଥିଲା l