ପୁରା ଖବର ବିଷୟରେ



ଗ୍ରାମର ରାସ୍ତା ସମସ୍ୟା କୁ ନେଇ ଉତ୍ୟକ୍ତ ଗ୍ରାମ ବାସି ୩ଘଣ୍ଟା ଥୁ ଉର୍ଦ୍ଧ୍ବ ସମୟ ଧରି କଲେ ରାସ୍ତାରୋକ

Aug 30 2022 8:31AM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୂରଭଞ୍ଜ ଜିଲା ବାରିପଦା ରୁ -ଉଦଳା କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର 19 ନୁରୁଡିହୀ ଛକ ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ମରାମତି ଦାବି କୁ ନେଇ ସୋମବାର ସକାଳୁ ରାସ୍ତାରୋକୋ କରିଥିଲେ । ଫଳରେ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିବା ଯାତ୍ରୀବାହୀ ବସ,ଯାନବାହନ ଗୁଡ଼ିକ ଦୀର୍ଘ ୩ ଘଣ୍ଟା ଧରି ଅଟକ ରହିଥିବା ଦେଖିବାକୁ ମିଲଥିବା ବେଳେ, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା l ଖବର ପାଇ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତହୋଇଥିଲା l ସୂଚନା କ୍ରମରେ ନୁରୁଡିହୀ ଛକଠାରୁ ପଲିଟେକ୍‌ନିକ୍‌ କଲେଜ ପର୍ଯ୍ୟନ୍ତ ରାସ୍ତାଟି ମରଣ ଯନ୍ତା ପାଲୋଟି ଥିବା ବେଳେ ଖାଲଖମାରେ ରେ ଭର୍ତ୍ତି ହୋଇଛି। ଏହା ଦ୍ବାରା ସାଧାରଣ ଲୋକେ ଯିବାଆସିବା କରିବାରେ ବାଧା ବିଘ୍ନ ହେଉଛି । ଏପରିକି ଛାତ୍ରୀଛାତ୍ର ସ୍କୁଲକୁ ଯିବା ବେଳେ ଖାଲରେ ପଡ଼ି କ୍ଷତାକ୍ତ ହେଉଥିଵା ର ଲୋକ ମାନେ ଅଭିଯୋଗ ଆଣିଛନ୍ତି l ଜରୁରିକାଳୀନ ସେବା ପାଇଁ ରୋଗୀମାନଙ୍କୁ ନେବା ଆଣିବା କଷ୍ଟକର ହୋଇପଡ଼ିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି କର୍ଣ୍ଣ ପାତ କରୁନାହାନ୍ତି । ବିଗତକିଛି ଦିନ ଲଗାଣ ଲଘୁଚାପଜନିତ ବର୍ଷା ଯୋଗୁ ରାସ୍ତାରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡ଼ିଛି। ଏଣୁ ଅତିଷ୍ଟ ହୋଇ ଅଞ୍ଚଳବାସୀ ରାଜପଥକୁ 19 କୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଦିନ ମଜୁରିଆ ଭାବେ ବାରିପଦା ସହରକୁ ଯାଉଥିବା ଶ୍ରମିକମାନଙ୍କୁ ଅଟକାଇବାରୁ ବିକ୍ଷୋଭକାରୀଙ୍କ ସହ ଗଣ୍ଡଗୋଳ ସୂତ୍ରପାତ ହୋଇଛି। ଉଭୟଙ୍କ ମଧ୍ୟରେ ଠେଲାପେଲା ହେଉଥିବା ବେଳେ ପୋଲିସ ପହଞ୍ଚିଛି ପରିସ୍ଥିତି କୁ ଆୟତ୍ତ କରିଛି l ଏହି ସମସ୍ୟା ର ଶୀଘ୍ର ସମାଧାନ ନ ହେଲେ ଗ୍ରାମବାସୀ ଆଗାମୀ ଦିନରେ ଗଣ ଧାରଣା ତୀବ୍ରତର ହେବବୋଲି ସୂଚନା ମିଳିଛି l