ପୁରା ଖବର ବିଷୟରେ



ଅଫେରା ରାଇଜରେ ଦୁଇ ନାଟ୍ୟ କଳାକାର

Aug 30 2022 8:27AM
(ରାଜିବ ବେହେରାଙ୍କ ରିପୋର୍ଟ) ଦୁଇ ନାଟ୍ୟ କଳାକାରଙ୍କ ବିୟୋଗରେ ଉଦଳା ର ବିଭିନ୍ନ ଅନୁଷ୍ଠାନ ଏବଂ ରଙ୍ଗମଞ୍ଚ ତରଫରୁ ପାଳିତ ହେଲା ଶୋକସଭା ଅନୁଷ୍ଠିତ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ସାଇ ରଙ୍ଗମଞ୍ଚ, ଉଦଳା କ୍ରିକେଟ ଆସୋସିଏସନ,ଆମେ କ୍ରାନ୍ତି ଉଦଳା ଆନୁକୂଲ୍ୟରେ ଉପଖଣ୍ଡର ଦୁଇ କଳାକାରଙ୍କ ସ୍ମୁତି ଉଦେଶ୍ୟରେ ଅନୁଷ୍ଠିତ ହୋଇ ଯାଇଛି ଏକ ଶ୍ରଦ୍ଧାଞ୍ଜଳି ଶୋକ ଶୋଭା, ଉଦଳା ମାଟିର ଦୁଇ ବରିଷ୍ଠ କଳାକାର ସ୍ୱର୍ଗତ ଅରୁଣ କୁମାର ବଳ ଏବଂ ସ୍ୱର୍ଗତ ରତ୍ନାକର ଦାସ ଙ୍କ ଅଚାନକ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରି କମିଟିର ସଦସ୍ୟ ମାନେ ଉଦଳା ଅତୁଲ ପଡିଆରେ ଏକ ଶ୍ରଦ୍ଧାଞ୍ଜଳି ଶୋଭା ଆୟୋଜନ କରିଥିଲେ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବାଛିନି ଙ୍କ ପୌର ହିତ ରେ ସଦସ୍ୟ ମାନେ ଉପସ୍ଥିତ ହୋଇ ଦୁଇ ବରିଷ୍ଠ କଳାକାରଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରି ଏକ ମିନିଟ ନିରବ ପାର୍ଥନା କରିବା ସହ ଦୁଇ ବରିଷ୍ଠ କଳାକାରଙ୍କର ସ୍ମୁତି ଚାରଣ କରିଥିଲେ, ଉଭୟଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରି କପ୍ତିପଦା ଉପଖଣ୍ଡ ଦୁଇ କଳାକାରକୁ ହରାଇଲା ତାଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେନି ବୋଲି ଉପସ୍ଥିତ ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ, ତାଙ୍କର ଅମର ଆତ୍ମାର ସଦଗତି ପାଇଁ ସଦସ୍ୟ ମାନେ ଏକ ମିନିଟ ନିରବ ପାର୍ଥନା କରିଥିଲେ l