ପୁରା ଖବର ବିଷୟରେ



ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ଆନୁକୂଲ୍ୟରେ ଅଖିଳ ଭାରତ ସ୍ବାୟତ ଶାସନ ଦିବସ-୨୦୨୨ ପାଳନ ଉପଲକ୍ଷେ ପ୍ରଥମ ଦିନରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଅନୁଷ୍ଠିତ

Aug 30 2022 8:23AM
(ପ୍ରସାଦ ଲିମାଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ଆନୁକୂଲ୍ୟରେ ଆଜି ୨୯-୮-୨୦୨୨ ତାରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସରମିତା ଶବରଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କାର୍ଯ୍ୟାଳୟର ନିର୍ଦ୍ଧାରିତ ପ୍ରକରରେ ୨୯-୮-୨୦୨୨ ତାରିଖ ଠାରୁ ୩୧-୮-୨୦୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କାର୍ଯ୍ୟାଳୟ ପରିସରରେ ପରିଷଦ ଅଧିନସ୍ଥ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଥମ ଦିନରେ ନାଚ,ଗୀତ,ଏବଂ ବକୃତା ହୋଇଥିବା ବେଳେ ନୂଆ ବସଷ୍ଟାଣ୍ଡ ଠାରେ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ନାଚଗୀତ ଓ ବକୃତା ପ୍ରତିଯୋଗିତା ନିମନ୍ତେ ବିଚାରକ ମଣ୍ଡଳୀ ଭାବେ ନାଟ୍ୟଗୁରୁ ଶ୍ରୀ ଗୌର ଚନ୍ଦ୍ର ସାହୁ, ଶିକ୍ଷକ ଶ୍ରୀ ସୁଧାକର ଗୌଡ଼ ଏବଂ ଶିକ୍ଷକ ବାଳକୃଷ୍ଣ ସାହୁ ରହିଥିବା ବେଳେ ଭଲିବଲ ପ୍ରତିଯୋଗିତାର ବିଚାରକ ଭାବେ ଟୁନା ଗୌଡ଼ ରହିଥିଲେ ।ଏହି ଅବସରରେ ସଭାପତି ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସରମିତା ଶବର, ସମ୍ପାଦକ ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମେତ ପରିଷଦ ଅଧିନସ୍ଥ ପ୍ରତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଆବିଭାବକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।