ପୁରା ଖବର ବିଷୟରେ



ଶରତ ଗୁଣ୍ଡୁରୀ ସାହି ରୁ ନିଖୋଜ ମହିଳା ଙ୍କ ବିଭତ୍ସ ହତ୍ୟାକାଣ୍ଡ ର ପର୍ଦାଫାସ

Aug 27 2022 11:25PM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ର ଶରତ ଅଞ୍ଚଳ ରେ ଘଟିଯାଇଛି ଏକ ଜଘନ୍ୟ, ବିଭତ୍ସ ଏବଂ ଲୋମଟାଙ୍କୁରା ହୁଦୟ ବିଦାରକ ହତ୍ୟାକାଣ୍ଡ...ପ୍ରଥମେ ତଣ୍ଟି ଚିପି ବାଡେଇ ହତ୍ୟା କରିଥିଲେ ହତ୍ୟାକାରୀ .ହତ୍ୟା ପରେ ମୃତଦେହ ନଦୀରେ ଫୋପାଡ଼ି ଦେଇଥିଲେ...ଯେତେବେଳେ ମୃତଦେହ ମିଳିଲା ସେତେବେଳେ ପ୍ରମାଣ ନଷ୍ଟ କରିବା ପାଇଁ ଅତି ବିଭତ୍ସ ଭାବେ ହାତ, ମୁଣ୍ଡ, ଗୋଡ଼ କାଟି ଅଲଗା କରି ଶରୀରକୁ ନେଇ ଲୁଚାଇ ଦେଇଥିଲେ ହତ୍ୟା ଘଟାଇଥିବା ଅଭିଯୁକ୍ତ...ନିଖୋଜ ମହିଳାଙ୍କୁ ଖୋଜୁ ଖୋଜୁ ପୋଲିସ ସାମ୍ନାକୁ ଆସିଲା ହତ୍ୟାର ସାଙ୍ଘାତିକ ଏବଂ ଜଘନ୍ୟ ହତ୍ୟାକାଣ୍ଡର ଚିତ୍ର...ଯାହା ଛାତି କୁ ଥରାଇ ଦେବ...ଭଳି ଲୋମ ଟାଙ୍କୁରା ହତ୍ୟାକାଣ୍ଡ l ଉକ୍ତ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ ବିଭାଗ ..ଶରତ ଥାନା ଗୁଣ୍ଡୁରୀସାହି ଗ୍ରାମର ମୋଖି ସିଂ ନିଖୋଜ ଥିବା ନେଇ ଗତ 20 ତାରିଖ ରେ ପୁଅ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ..ଯାହାର ଖୋଳତାଡ଼ କରିଥିଲା ପୋଲିସ..ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ଦୋ ମୁହାଣୀ ନାଳ ନିକଟରୁ ମୋଖିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ର କିଛି ଅଂଶ...ଯେଉଁଥିରେ କେବଳ ମୋଖିଙ୍କ ମୁଣ୍ଡ, ହାତ ଏବଂ ଗୋଡ଼ ରହିଥିଲା...ଏହି ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ଏହା ଏକ ଜଘନ୍ୟ ଏବଂ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସକୁ ସୁରାକ ମିଳିଥିଲା..ଏହା ପରେ ମୋଖିର ଶରୀରକୁ ହାଣି ଦିଆ ଯାଇଥିବା ବେଳେ ଶରୀରର କଟା ଯାଇଥିବା ଅଂଶକୁ ନାଳ ନିକଟରେ ପଥର ବାନ୍ଧି ଲୁଚାଇ ରଖିଥିଲେ ଅଭିଯୁକ୍ତ...ପୋଲିସ ଅବଶିଷ୍ଟ ମୃତଦେହ ଜବତ କରିବା ପରେ ଏହି ଘଟଣାର ପର୍ଦାଫାଶ ହୋଇଥିଲା...ଏହି ଘଟଣାରେ ସମୁଦାୟ ଦଶ ଜଣ ଅଭିଯୁକ୍ତ ସମ୍ପୃକ୍ତି ଥିବା ବେଳେ ୯ ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ ଜଣେ ଫେରାର ରହିଛି...ଗିରଫଙ୍କ ମଧ୍ୟରେ ମୃତ ମୋଖିଙ୍କ ପୁତୁରା ସାମିଲ ଥିବା ବେଳେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି...ତେବେ ମୁଖ୍ୟ ଅଭିଯୁକ୍ତ ରାୟା ସିଂ ଯାମଦା ସହିତ ମୋଖିର ପୂର୍ବରୁ ବିଲରେ ହିଡ଼ କାଟିବାକୁ ନେଇ ବିବାଦ ଲାଗିରହି ଆସିଥିଲା...ଯାହାକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି...ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କୁରାଢ଼ୀ, କଟୁରୀ ଏବଂ ବାଉଁଶ ଜବତ କରାଯାଇଛି..ଘଟଣା ର ସମ୍ପୂର୍ଣ ବିବରଣୀ ଉପଖଣ୍ଡ ର ଆରୋକ୍ଷୀ ଅଧିକାରୀ ତଥା ଉଦଳା ଥାନାର S. D. P. O ସାର୍ଥକ ରାୟ ପ୍ରେସମିଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।