ପୁରା ଖବର ବିଷୟରେ



ଜିଲ୍ଲା ଆଇନସେବା ପ୍ରାଧିକରଣ ଆଇନ ସଚେତନତା କାର୍ଯ୍ୟକ୍ରମ ।

Aug 25 2022 9:43PM
( ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ଶ୍ରୀରାମ ନଗର ସାଇ ପ୍ରିୟା ନଗର ଠାରେ ଗୁରୁବାର ଦିନ ଅପରାହ୍ନ ୪ଘଣ୍ଟିକା ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ସରକାରଙ୍କର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନାର ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଉପାଦେୟୀତା ଓ କାର୍ଯ୍ୟଧାରା ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଯୋଜନାର ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତ ସମନ୍ଧୀୟ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାୟୀ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ଏ.ବି.ଡି.ଓ, ରାୟଗଡା ଓ ଅତିରିକ୍ତ ତହସିଲଦାର ରାୟଗଡାଙ୍କ ସମେତ ପେନାଲ୍ ଓକିଲ ଶ୍ରୀ ସାମୁଏଲ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ I ସ୍ଥାୟୀ ନିରନ୍ତର ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ନିଜ ନିଜର ବକ୍ତବ୍ୟରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଏଠାରେ ସମାଧାନ ହେଉଥିବା ବିଭିନ୍ନ ମୋକଦ୍ଦମା ଉପରେ ଆଲୋକପାତ କରିଥିଲେ I ଅନ୍ୟ ଅତିଥିମାନେ ସରକାରଙ୍କର ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ଏଥି ସହିତ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତରେ ହେଉଥିବା ବିଭିନ୍ନ ଲୋକ ଉପଯୋଗୀ ସେବା ଉପରେ ଅଂଶଗ୍ରହଣ କାରୀ ମାନଙ୍କୁ ଅବଗତ କରାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।