ପୁରା ଖବର ବିଷୟରେ



ନିଖୋଜ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦୋ ମୁହାଣୀ ନାଳ ନିକଟରୁ ହୋଇଛି ଉଦ୍ଧାର

Aug 25 2022 8:20PM
(ରାଜିବ ବେହେରାଙ୍କ ରିପୋର୍ଟ) ଗୁଣ୍ଡୁରି ସାହି ଗ୍ରାମର ମହିଳା ଏକ ସପ୍ତାହ ଧରି ହେବ ନିଖୋଜ ଥିଵା ବେଳେ ତାର ସନ୍ଧାନ ମିଳିପାରିନଥିଵା ବେଳେ,ହେଲେ ଏକ ସପ୍ତାହ ପରେ ମିଳିଲା ମୃତଦେହ. ଦେହର ସନ୍ଧାନ ..l ଆଉ ଏହାପରେ ମିଳିଥିବା ମୃତଦେହ କୁ ଦେଖି ଅନେକ ପ୍ରଶ୍ନ ଉଠିଛି . ? ସନ୍ଦେହ ଘେରରେ ରହିଥିବା ବେଳେ କାରଣ ମହିଳାଙ୍କ ଶରୀର ପୁରା ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର ହୋଇଛି. I ..ଏଭଳି ଘଟଣା ଟି ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଶରତ ଥାନା ଅଧିନସ୍ଥ ଗୁଣ୍ଡରୀସାହି ଗ୍ରାମରେ. I .. ଗ୍ରାମ ନିକଟସ୍ଥ ସଦୁରସାହି ଦୋ ମୁହାଣୀ ନାଳ ନିକଟରୁ ଉଦ୍ଧାର ହୋଇଛି ଗୁଣ୍ଡରୀସାହି ଗ୍ରାମର ମୋଖି ସିଂ ଙ୍କ ମୃତଦେହ... L ଗତ ୧୬ ତାରିଖ ଠାରୁ ମୋଖି ସିଂ ନିଖୋଜ ଥିବା ବେଳେ ଏ ନେଇ ତାଙ୍କ ପୁଅ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ..ତେବେ ସ୍ଥାନୀୟ ଦୋ. ମୁହାଣୀ ନାଳ ନିକଟରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଶରତ ପୋଲିସକୁ ସୂଚନା ଦେଇଥିଲେ..ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ମୋଖି ସିଂ ର ବୋଲି ଜାଣିବାକୁ ପାଇଥିଲା...l ପୋଲିସ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ଉଦଳା ମେଡିକାଲ ର ଶବ ଗୃହକୁ ପଠାଇଛି...ତେବେ ସବୁଠାରୁ ବଡ଼ କଥା ମୃତଦେହର କେବଳ ଦୁଇ ହାତ, ଗୋଡ଼ ଏବଂ ମୁଣ୍ଡ ମିଳିଥିବା ବେଳେ ଶରୀରର ଅନ୍ୟ ଅଂଶ ମିଳିନାହିଁ...ଯେଉଁ ଥିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି...ତେବେ ମୃତ ଶରୀରର ଅନ୍ୟ ଅଂଶ ଗଲା କୁଆଡେ, ମୋଖିଙ୍କ ମୃତଦେହ ନାଳ ନିକଟକୁ ଆସିଲା କିପରି, ତାଙ୍କୁ କେହି ବିଭତ୍ସ ଭାବେ ହତ୍ୟା କରି ଫୋପାଡ଼ି ଦେଇ ନାହିଁ ତ ? କିମ୍ବା ନଦୀ ବଢ଼ି ପାଣିରେ ସେ ଭାସି ଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଏବେ ବି ଘଟଣା ଟି ସନ୍ଦେହ ଘେରରେ..ଥିବା ବେଳେ ଶରତ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।