ପୁରା ଖବର ବିଷୟରେ



କପ୍ତିପଦା ଉପଖଣ୍ଡ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ରେ 24ଗୋଟି ଅଭିଯୋଗ ର ଜନଶୁଣାଣୀ

Aug 25 2022 7:23AM
(ରାଜିବ ବେହେରାଙ୍କ ରିପୋର୍ଟ ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉପ ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୟୁରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ଆରୋକ୍ଷୀ ଅଧିକ୍ଷକ ହୂରସିକେଶ ଦ୍ୟlନଦେୟ ଖିଲାରୀଯୋଗଦେଇ 24ଗୋଟି ଅଭିଯୋଗ ଶୁଣାଣୀ କରିଛନ୍ତି l . ଉପଖଣ୍ଡ ର ଆରକ୍ଷୀ ଅଧିକାରୀ ସାର୍ଥକ ରାୟ, ଚିକିତ୍ସାଳୟ ଅଧିକାରୀ କମଳା କାନ୍ତ ନାୟକ ଯୋଗ ଦାନ କରିଥିବା ବେଳେ ସମସ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ, ତହସିଲଦାର, ସମେତ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଏବଂ ଜିଲ୍ଲାପାଳ ମୋଟ 24ଟି ଅଭିଯୋଗର ଫଇସଲା କରିଛନ୍ତି l ଉକ୍ତ ଜନ ଶୁଣାଣୀ ଶିବିରରେ 22ଗୋଟି ବ୍ୟକ୍ତି ଗତ ସମସ୍ୟା ଥିବା ବେଳେ 2 ଗୋଟି ସାମୁହିକ ସମସ୍ୟା ଉପରେ ଆଧାରିତ ଥିଲା, ସେଥି ମଧ୍ୟରୁ ଚାରିଗୋଟି ସମସ୍ୟା ର ତତ୍କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ଦମୟନ୍ତୀ ପାତ୍ର ଙ୍କୁ ଶରତ ଙ୍କୁ 10ହଜାର ଟଙ୍କା,ସୁକାନ୍ତି ମଲ୍ଲିକ ଙ୍କୁ ଶାଳମୁଣ୍ଡଳି 5ହଜାର ଟଙ୍କା,ଅରୁଣ ନାୟକ ଆରପଟା ଙ୍କୁ 5ହଜାର ଟଙ୍କା,ମୋଟ ତିନିଜଣ ଙ୍କୁ 20 ହଜାର ଟଙ୍କା ପ୍ରଦାନ କରାଯାଇଛି l ଆଜିର ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ମଧ୍ୟ ରୁ ବଡ଼ଜୁନପାଳ ଠାରେ ନଳକୂପ ସ୍ଥାପନ,ରାଣୀପୋଖରୀ ରେ ରାସ୍ତା ଉନ୍ନତି କରଣ,ଆରୋପଟା ପୂର୍ବ ତନ ସରପଞ୍ଚ ଙ୍କ ନାମ ରେ ଅଭିଯୋଗ ସହ ଜମିଜମା ଏବଂ ପାରିବାରିକ ସମାଧାନ ଉପରେ ବିଚାର କରି ଵା ପାଇଁ ବିଭାଗୀୟ ଅଧିକାରୀକୁ ଜିଲ୍ଲା ପାଳ ଆଦେଶ ଦେଇଛନ୍ତି l ଆଜିର ଏହି ଜନ ଶୁଣାଣୀ ରେ ସରକାରୀ ଜିଲ୍ଲା ପାଳ ମନୋଜ କୁମାର ସାହୁ ଙ୍କ ତତ୍ୱାବଧାନ ରେ ଏହି କାର୍ଯକ୍ରମ ରେ କର୍ମଚାରୀ ରମେଶ ପୃଷ୍ଟି, ଉଷାରାଣି ବିନ୍ଧାଣି, ଲକ୍ଷବଚ ରାଉତରାୟ ,ଭବାନୀ ପଣ୍ଡା,ଉଦୟ ନାୟକ, କୈଳାଶ ଜୈନିକ,ଅଜିତ ମହାପାତ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l .