ପୁରା ଖବର ବିଷୟରେ



ବିଳମ୍ବିତ ରାତ୍ରି ସମୟ ରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜବାବୁ ଯାତ୍ରୀବାହି ବସରୁ ୨୦୦ଲିଟର୍ ରୁ ଉର୍ଦ୍ଧ୍ବ ଦେଶୀମଦ ସହିତ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଉଦଳା ପୋଲିସ

Aug 23 2022 4:30PM
ଅନ୍ଧକାର ରେ ଚାଲିଛି ନିଶା କାରବାର, ନିଶା ମାଫିଆ ଏବେ ଭିନ୍ନ ଉପାୟ ରେ ମଦ ନେଉଥିବା ନଜର କୁ ଆସି ଛି l ପୁରା ସମସ୍ତ ଖବର ଉପରେ ନଜର ପକାଇବା, ମୟୂରଭଞ୍ଜ ର ମୁଡି ସାରା ରାଜ୍ୟରେ ବେଶ୍ ପରିଚିତ ଏବଂ ସମସ୍ତ ଙ୍କ ପସନ୍ଦ ଥିବା ବେଳେ ତାକୁ ଟପିଲାଣି ଏବେ ମୟୂରଭଞ୍ଜର ଚୋରା ଦେଶୀ ମହୁଲି ମଦ । କପ୍ତିପଦା ଉପଖଣ୍ଡରେ ଚୋରା ଦେଶୀମଦ ର ଚେର ସୁଦୂର ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଉଦଳା ପୋଲିସକୁ ମିଳିଛି ବଡ ସଫଳତା,, ବିଶେଷ ସୂତ୍ରରୁ ସୁରାଗ୍ ଉଦଳା ପୋଲିସ ପାଇ ଥିବାବେଳେ ଏହି ଚୋରା ମଦ କାରବାରକୁ ଧରିବାରେ ସଫଳ ହୋଇ ମାଡ଼ିବସିଛି ଉଦଳା ପୋଲିସ । ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରୁ ଭାୟା ଉଦଳା ଦେଇ ଭୁବନେଶ୍ୱର ଯାଉଥିବା ରାଜା ବାବୁ ନାମକ ଏକ ଘରୋଇ ବସ ରେ ଏହି କାରବାର ଚାଲିଥିଲା ବେଳେ ଉଦଳା ପୋଲିସ ବସରୁ ୨୦୦ଲିଟର୍ ରୁ ଉର୍ଦ୍ଧ୍ବ ଦେଶୀମଦ ଜବତ କୁ ଜବଦ କରିବା ସହିତ ତିନିଜଣ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳତା ମିଳିଛି । ବିଳମ୍ବିତ ରାତ୍ରୀ ସମୟରେ ପୋଲିସ ବିଭାଗ ଦ୍ୱାରା ଚେକିଙ୍ଗ୍ କମ ହେଉ ଥିବାରୁ ଚୋରା ଦେଶୀମଦ ବ୍ୟବସାୟୀ ମାନେ ବଡ଼ ବଡ଼ ଲଗେଜ୍ ବ୍ୟାଗ୍ ରେ ଦେଶୀମଦ କୁ କଟକ ସମେତ ରାଜଧାନୀ ଭୁବନେଶ୍ୱର କୁ ଚୋରା ଚାଲାଣ କରୁଥିବା ସୂଚନା ହସ୍ତଗତ ହୋଇଛି । ସୂଚନା ମୁତାବକ ଏହି ଚୋରା ମଦ ଖୁଣ୍ଟା ଅଞ୍ଚଳରୁ କଟକ ନେଉଥିବା ଅମ୍ବିକା ଦେଇପୁର ଗ୍ରାମର ବିଜୟ ମୁର୍ମୁ ପ୍ରକାଶ କରିଛି l ବସ ର ହେଲ୍ପର ଓ କଣ୍ଡକ୍ଟର ଏହି ଚୋରା ମଦ ଚାଲାଣ ରେ ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବସରେ ପାଖାପାଖି ବହୁତ ଯାତ୍ରୀ ଦୀର୍ଘ ସମୟ ଧରି ଉଦଳା କପ୍ତିପଦା ରାସ୍ତାର କେନାଲ ନିକଟରେ ଦୀର୍ଘ ସମୟ ଧରି ଛିଡା ହୋଇ ଥିଲା , ଯାତ୍ରୀ ମାନେ ହତସନ୍ତ ହେଉଥିବା ବେଳେ ବିଳମ୍ବିତ ରାତ୍ରି ରେ ଅନ୍ୟ ଏକ ଘରୋଇ ବସ ରେ ଯାତ୍ରୀ ମାନେ ଭୁବନେଶ୍ୱର ଯାଇଛନ୍ତି l ଘଟଣା ସମ୍ପର୍କ ରେ ଉଦଳା ଥାନାର S. D. P. O ସାର୍ଥକ ରାୟ ଘଟଣା ସମ୍ୱନ୍ଧୀୟ ସମସ୍ତ ତଥ୍ୟ ପ୍ରକାଶ କରିଛନ୍ତି ।