ପୁରା ଖବର ବିଷୟରେ



କୁଖ୍ୟାତ ଅlନ୍ତଃରାଜ୍ୟ ଲୁଟେରା ଡକାୟତି ଗ୍ୟାଙ୍ଗ ର ଉଦ୍ୟମକୁ ପଣ୍ଡୁର କରି ପର୍ଦାଫାଶ କରିଛି ଉଦଳା ପୋଲିସ,4 ଅଭିଯୁକ୍ତ ଲୁଟେରା ଗିରଫ

Aug 22 2022 3:20PM
(ରାଜିବ ବେହେରାଙ୍କ ରିପୋର୍ଟ) ଆଙ୍କର - ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉଦଳା ଉପଖଣ୍ଡରେ ବିଭିନ୍ନ ସମୟରେ ବ୍ୟାଙ୍କ ରୁ ଟଙ୍କା ଉଠାଣ କରି ଯାଉ ଥିବା ଲୋକଙ୍କ ପିଛା କରି ଅlନ୍ତଃରାଜ୍ୟ ପୋଲସର ଲୁଟେରା ଦିବାଲୋକରେ ଲୁଟ କରି ଚମ୍ପଟ ମାରି ଖସି ପଳାଉଥିବା ବେଳେ ପୋଲିସ ଟ୍ରାକ କରି ଧରିବା ରେ ସଫଳ ହୋଇଛି l ମୋଟା ମୋଟି ଦେଖିବାକୁ ଗଲେ ଏମାନେ ଙ୍କୁ ସବୁ ସୂଚନା କିଏ ଦେଉଛି ଏହିଭଳି ପ୍ରଶ୍ନ ଉଙ୍କି ମାରୁଛି?ଏହିପରି ବିଭିନ୍ନ ସନ୍ଦେହ ଘେର ରେ ରହିଥିବା ବେଳେ ବିଭିନ୍ନ ସମୟରେ ଏମାନେ ବଡ଼ ଧରଣର ଡକାୟତି କରିବା ପାଇଁ ଯୋଜନା ଚଳାଇଥିଲେ ଠିକ ଏହି ସମୟରେ ଏହାର ସୁରାକ ପାଇ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖବର ପାଇ ଚଢ଼ାଉ କରିଥିଲା ଉଦଳା ପୋଲିସ..ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଏବେ ପୋଲିସ କବଜାରେ ଚାରି ଆନ୍ତଃରାଜ୍ୟ ଡକାୟତ..ସୂଚନା ମୁତାବକ ବିଳମ୍ବିତ ରାତିରେ ଉଦଳା ସ୍ମଶାନ କାଳୀ ଛକ ନିକଟରେ ୫ ଜଣ ଯୁବକ ବଡ଼ ଧରଣର ଡକାୟତି ନିମନ୍ତେ ଯୋଜନା କରୁଥିଲେ...ଏହି ସମୟରେ ଉଦଳା ପୋଲିସ ସେଠାରେ ଚଢ଼ାଉ କରି ମାଡିବସି ଥିଲା ..ପୋଲିସ କୁ ଦେଖି ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଚାରି ଜଣ ଡକାୟତକୁ କାବୁ କରି ପୋଲିସ ଗିରଫ କରିଛି..ଗିରଫ ଡକାୟତଙ୍କ ନିକଟରୁ ତିନି ଗୋଟି ବାଇକ, ପାଞ୍ଚ ଟି ମୋବାଇଲ, ଭୁଜାଲି, ଛୁରୀ, ଶାବଳ ସହିତ ନଗଦ ଅଡ଼ଚାଳିଶ ହଜାର ଟଙ୍କା ଜବତ କରିଛି ଉଦଳା ପୋଲିସ ...ଏହି ଡକାୟତ ମାନଙ୍କ ନାମରେ ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଗଞ୍ଜାମ ଜିଲ୍ଲାରେ ଅନେକ ଥାନାରେ ଡକାୟତି ମାମଲା ରହିଥିବା ପୋଲିସ ତଦନ୍ତରୁ ଜଣl ପଡିଛି...ଏଥି ସହିତ ଡକାୟତମାନେ ପୂର୍ବରୁ ଉଦଳା ଅଂଚଳରେ ହୋଇଥିବା ୬ ରୁ ଅଧିକ ଡକାୟତି ଏବଂ ଲୁଟ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ..l .ଗିରଫ ଆନ୍ତଃଜିଲ୍ଲା ଡକାୟତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଂଚଳର ବିନୋଦ ଦାସ, ଶିବ ଦାସ, ଶାରଦ ଥାନା ଅଂଚଳର ରବି ରାଓ ଏବଂ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ଦୀପକ ପ୍ରଧାନ..l .ଗିରଫ ଲୁଟେରାଙ୍କୁ ପୋଲିସ ଆହୁରି ଅଧିକ ତଦନ୍ତ ଚଳାଇ କୋର୍ଟଚାଲାଣ କରିଛି l ଅଞ୍ଚଳରେ ପୋଲିସ ବିଭାଗ ବହୁ ପ୍ରଶଂସା ସାଉଁଟିଛି l