ପୁରା ଖବର ବିଷୟରେ



ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ ପାଳିନ

Aug 20 2022 10:32PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ସଦର ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଆଜି ୨୦-୦୮-୨୦୨୨ ତାରିଖ ପୂର୍ବାହ୍ନ ସାଢ଼େ ୧୦ ଘଣ୍ଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅତିରକ୍ତ ଜିଲାପାଳ ଶ୍ରୀ ବେହେରା ଏହି ଦିବସର ମୂଖ୍ୟ ଉଦ୍ଧେଶ ସମ୍ପର୍କରେ ଆଲୋକପାତ କରିବା ସହ ଶପଥ ପାଠ କରାଇଥିଲେ । ପୁଣି ଶ୍ରୀ ବେହେରା ଜାତି, ସମ୍ପ୍ରଦାୟ, କ୍ଷେତ୍ର, ଧର୍ମ ତଥା ଭାଷା ଭିତ୍ତିକ ଭେଦଭାବ, ହିଂସାର ସାହଯ୍ୟ ବିନା ସବୁ ପ୍ରକାରର ମତଭେଦ କଥାବାର୍ତ୍ତା ଏବଂ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ବାସୀଙ୍କ ସାକାରାତ୍ମକ ଚିନ୍ତାଧାରାରେ ଏକତା ଏବଂ ସଦଭାବନା ନିମନ୍ତେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକରିଣୀ ଯାଜ୍ଞସେନି ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକରିଣୀ ସସ୍ମିତା ବାଉରୀ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ପ୍ରୋଗ୍ରାମ ଅଧିକାରୀ ଶ୍ରୀ କାମାକ୍ଷୀ ପାଢି, ଅନ୍ୟାନ୍ୟ ଅନ୍ତବିଭାଗୀୟ ଅଧିକାରୀ, ସେକ୍ସନ ଅଫିସର ଓ ଆନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ l ଉପଖଣ୍ଡ ସ୍ତରୀୟ ଏବଂ ବ୍ଳକ ସ୍ତରରେ ବିଭିନ୍ନ ବିଭାଗରେ ମଧ୍ୟ ପାଳନ କରାଯାଇଥିଲା ।