Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
କାପ୍ତାପଲ୍ଲୀ ପଞ୍ଚାୟତରେ କୃତଜ୍ଞତା ସଭା ଅନୁଷ୍ଠିତ
Aug 20 2022 10:26PM
(ଦିଲ୍ଲୀପ କୁମାର ଜାନିଙ୍କ ରିପୋର୍ଟ) ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ବାସୀ ଙ୍କ ଦୀର୍ଘ ବର୍ଷ ର ଆଶା,ସ୍ବପ୍ନ ପୂରଣ ହୋଇଛି।ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇଥିବାରୁ ଏକ କୃତଜ୍ଞତା ସଭା କାପ୍ତାପଲ୍ଲୀ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଉଦଘାଟନ କରିବା ସହ ଅଞ୍ଚଳ ର ବିକାଶ ପାଇଁ ସର୍ବଦା ପ୍ରଚେଷ୍ଟା ଜାରି ରହିବ ବୋଲି କହିଥିଲେ।ରାଜ୍ୟ ସରକାରଙ୍କ ଙ୍କ ତରଫରୁ ଏକ ଐତିହାସିକ ପଦକ୍ଷେପ ନିଆଯାଇଥିବା ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ ଦଶପଲ୍ଲା ବିଧାୟକ। ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ବିଡ଼ିଓ ପ୍ରମୋଦ କୁମାର ନାୟକ,୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,୧୬ ନଂ ଜିଲ୍ଲା ପରିଷଦ ଜସ୍ମିନ ଦାସ, ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ, ସମାଜ ସେବୀ ସୂର୍ଯ୍ୟ ନାରାୟଣ ସାହୁ,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର, ଜ୍ୟୋସ୍ନା ରାଣୀ ସେଠୀ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ଦୀର୍ଘବର୍ଷ ଧରି ଉଚ୍ଚ ବିଦ୍ୟାଳୟ ରେ ପଢିବା ପାଇଁ ଛାତ୍ର ଛାତ୍ରୀ ଜଙ୍ଗଲ ପରିବେଶ ମଧ୍ୟରେ ୬ କିମି ରୁ ଉର୍ଦ୍ଧ୍ବ ଯାଇ ବହାଡ ଝୋଲା ରେ ପାଠ ପଢୁଥିଲେ।ଯାହାକି ଛାତ୍ର ଛାତ୍ରୀ ଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ ଥିଲା ।ତେବେ ଏଭଳି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପ୍ରଚେଷ୍ଟା ଜାରି ରଖିଥିଲେ ଦଶପଲ୍ଲା ବିଧାୟକ।ପରିଶେଷରେ ତାହା ସଫଳ ହୋଇ ଉଚ୍ଚ ବିଦ୍ୟାଳୟ ରେ ପରିଣତ ହୋଇଥିବାରୁ ଅଞ୍ଚଳ ବାସୀ,ବୁଦ୍ଧିଜୀବୀ,ଲୋକ ପ୍ରତିନିଧି ମାନେ ଅନୁଷ୍ଠିତ କୃତଜ୍ଞତା ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଭାଗୀୟ ମନ୍ତ୍ରୀ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ସାଂସଦ ଅଚ୍ୟୁତ ସାମନ୍ତ ଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ ପରିଚାଳନା କରିଥିବା ବେଳେ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ଧନ୍ୟବାଦ୍ ପ୍ରଦାନ କରିଥିଲେ।ଆଜି କାପ୍ତାପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ପାଠ ପଢା ଆରମ୍ଭ କରିଥିଲେ।