ପୁରା ଖବର ବିଷୟରେ



ରଇପୁରରେ ନାଳରେ ଭାସିଯାଇ ଚାଷୀଙ୍କ ମୃତ୍ୟ

Aug 19 2022 2:19PM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ଗ୍ରା. ପ. ର ରଇପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମରେ ଜଣେ ଚାଷୀ ରମାକାନ୍ତ ରାଉତ ,ପିତା ଭିକାରୀ ରାଉତ ଗତ କାଲି ସକାଳୁ ବିଲକୁ ଚାଷକାମ କରିବାକୁ ଯାଇ ଘରକୁ ସଂଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ । ଏହାପରେ ଘର ଓ ଆଖପାଖ ସାହିର ଲୋକେ ମିଶି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସୁରାଗ ପାଇ ନଥିଲେ । ସକାଳୁ ଗାଁ ନିକଟସ୍ଥ ବୈତରଣୀ ନଦୀର ଏକ ଶାଖା ନାଳ (ସାନ ମାହାରା) ରେ ଶବଟି ଭାସୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ଏବେ ବୈତରଣୀ ରେ ବନ୍ୟାଜଳ ଆସିଥିବାରୁ ଶାଖା ନାଳ ଗୁଡ଼ିକ ମଧ୍ୟରେ ଖୁବ୍ ଜୋରରେ ବନ୍ୟାଜଳ ପ୍ରବାହିତ ହେଉଅଛି । ଚାଷୀ ଜଣଙ୍କର ଚାଷଜମିଟି ନାଳ ଆର ପାଖରେ ଥିବା ବେଳେ ହୁଏତ ଚାଷୀ ଜଣଙ୍କ ଚାଷକାର୍ଯ୍ୟ ସାରି ଫେରୁଥିବା ସମୟରେ ନାଳ ପାର କରି ନପାରି ନାଳରେ ଭାଷି ଯାଇଥିବା ଲୋକମାନଙ୍କ ସନ୍ଧେହରୁ ପ୍ରକାଶ । ଦୁର୍ଭାଗ୍ୟର କଥା ଯେ ଚାଷୀ ଜନଙ୍କ ପହଁରା ସିଖି ନଥିବା ପରିବାରର ଲୋକଙ୍କ ଠୁ ଜଣା ପଡିଛି । ଏହି ଘଟଣା ପରେ ଗ୍ରାମର ବହୁ ଲୋକଙ୍କ ମଧ୍ୟରେ ଜଗତାନନ୍ଦ ସେଠୀ (ସରପଞ୍ଚ) , ନିମାଇଁ ଚରଣ ବାରିକ, ଉମେଶ ବେହେରା, ଭାଗବତ ଖଟୁଆ, ମନୋରଞ୍ଜନ ଦାଶ , ସୁଶାନ୍ତ ଖଟୁଆ ,ସଞ୍ଜୟ ସ୍ବାଇଁ ପ୍ରମୁଖ ବ୍ୟକ୍ତିମାନେ ତାଙ୍କର ବାସଗୃହରେ ପହଞ୍ଚି ଶୋକ ପ୍ରକାଶ କରିବା ସହିତ ପରିବାରକୁ ସାନ୍ତ୍ଵନା ପ୍ରଦାନ କରିଥିଲେ।