ପୁରା ଖବର ବିଷୟରେ



ବ୍ଳକ କାର୍ଯ୍ୟାଳୟ ଗୁଡାରୀ ସଦ୍ଭାବନା କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Aug 16 2022 10:00PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା/ଗୁଡାରି : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଗୁଡାରି ବ୍ଲକ କାର୍ଯ୍ଯାଳୟ ସଦ୍ଭାବନା କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵ ସିଂ,ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ପିଡ଼ି, ଡିଆର୍ଡିଏ ଶ୍ରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଗୁଣପୁର ଲୋକନାଥ ଦଳବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, , ପଂଚାୟତ ସମିତି ଅଧକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଦୟାନିଧି ବାଘ , ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ରାୟଗଡ ଶ୍ରୀ ଚିତ୍ତରଞ୍ଜନ ଜେନା, ତହସିଲଦାର ଗୁଡାରି ଶ୍ରୀମତି ଭାରତୀ ଦେବୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ , ବିଡିଓ ଶ୍ରୀ ନୃସିଂହ ଚରଣ ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୧୩୨ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିବା ବେଳେ ସେଥି ମଧ୍ୟରୁ ୧୦୭ଟି ବ୍ୟକ୍ତିଗତ ଏବଂ ୨୫ ଟି ଗ୍ରାମବାସୀ ମାନଙ୍କର ଅଭିଯୋଗ ଥିଲା l ଜିଲ୍ଲା ପାଳ ୬ଜଣକୁ ୮୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷରୁ ପ୍ରଦାନ କରିଥିବା ବେଳେ ରେଡ଼ କ୍ରସରୁ ଜଣକୁ ୭୫୦୦ଟଙ୍କା ପ୍ରଦାନ କରିଥିଲେ l ଜିଲ୍ଲାପାଳ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ତହସିଲଦାରଙ୍କ ତରଫରୁ ଦିଆଯାଇଥିବା ବିଦ୍ୟାଳୟ ମାନଙ୍କୁ ଆରଓଆର ପଟ୍ଟା ପ୍ରଦାନ କରିଥିଲେ l ଏହାପରେ ଜିଲାପାଳ 5ଟି ଅଧିନସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡାରି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡାରି ପରିଦର୍ଶନ କରି କlର୍ଯ୍ୟରେ ବିଳମ୍ବ ହେଉଥିବାରୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କନିଷ୍ଟ ଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜନଜାତି ଓ ଜାତି ଉନ୍ନୟନ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଏହାପରେ ସିରିଗୁଡା ଗ୍ରା:ପ: ଅନ୍ତର୍ଗତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉଚ୍ଚ ବିଦ୍ୟାଲୟ ଭୁରୁକୁଡି,ମଧୁବନ ଗ୍ରାପ ଅନ୍ତର୍ଗତ ବୋଲିଗୁଡା ମିଶନ ଶକ୍ତି ଗୃହକୁ ପରିଦର୍ଶନ କରିବା ସହ ସ୍ଵୟଂ ସାହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ l ତାପରେ ପଲିଥିନ ଭିତରେ ମତ୍ସ୍ୟ ଚାଷକୁ ବୁଲିଦେଖି ଥିଲେ ଓ ପ୍ରସଂଶା କରିଥିଲେ l