ପୁରା ଖବର ବିଷୟରେ



ପ୍ରକୃତି ପ୍ରେମୀ ଙ୍କ ପକ୍ଷରୁ ନlବରା ଜଙ୍ଗଲ ରେ ବୃକ୍ଷ ମାନଙ୍କ ଗହଣରେ ପାଳିତ ହୋଇଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ

Aug 13 2022 5:09AM
(ରାଜିବ ବେହେରାଙ୍କ ରିପୋର୍ଟ) ଉଦଳା - ବିପବିତ୍ର ରକ୍ଷା ବନ୍ଧନ ତଥା ବଳଭଦ୍ର ଙ୍କ ଜନ୍ମଦିନ ଅବସରରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ବ୍ଲକ ଅଧିନସ୍ଥ ବହୁବନ୍ଧ ଗ୍ରାମପଞ୍ଚାୟତର ନlବରା ଗ୍ରାମରେ ଗମ୍ହାପୁର୍ଣିମା କୁ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି l ପବିତ୍ର ଗମ୍ହାପୂର୍ଣ୍ଣିମା ଅବସରରେ ପ୍ରକୃତି ପ୍ରେମୀ ନରତ୍ତମ ଦାସ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ବନ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ଦାୟିତ୍ୱରେ ଥିବା ଗ୍ରାମବାସୀ, ବନସାଥୀ ଏବଂ ନିମନ୍ତ୍ରିତ ଅନ୍ୟଅତିଥି ମାନଙ୍କ ଉପସ୍ଥିତ ରେ ସମସ୍ତେ ମିଳିତ ଭାବରେ ଗଛ କୁ ପୂଜାର୍ଚନା କରି ରାକ୍ଷୀ ବାନ୍ଧି ଥିବାଵେଳେ ଭଉଣୀ ଯେପରି ଭାଇକୁ ରାକ୍ଷୀ ବାନ୍ଧି, ଭାଇ ଭଉଣୀର ସଂପର୍କ ର ଡୋରି କୁ ମଜବୁତ କରି ରଖି ଥାଏ ଠିକ ସେହି ଭଳି, ଏଠି କିନ୍ତୁ ସମସ୍ତେ ମିଶି ନlବରା ଗ୍ରାମ ଜଙ୍ଗଲ ପରିବେଶରେ ଥିବା ଶାଳ ଗଛକୁ ପୂଜାର୍ଚନା କରି ରlଖିବାନ୍ଧି ବା ପ୍ରୟାସ ଆଜି ର ନୁହଁ ଏହିପରମ୍ପରl ଦୀର୍ଘ 40 ବର୍ଷର ପୁରୁଣା ପରମ୍ପରା କୁ ଆଜିଯାଏ ଏହି ଉତ୍ସବକୁ ପାଳି ଆସୁଛନ୍ତି ଗ୍ରାମବାସୀ ମାନେ l ଖୁସିର ଦିନ ହୋଇଥାଏ lପ୍ରକୃତି ଏବଂ ପରିବେଶ ବୃକ୍ଷ ଲତା କିପରି ସୁରକ୍ଷିତ ରହିବ ଏଥିପlଇଁ ଗ୍ରାମବାସୀ ବାରମ୍ବାର ପ୍ରତିବାଦ ଜାରି ରଖି ସାରା ରାଜ୍ୟପାଇଁ ଉଦାହରଣ ସାଜିଛନ୍ତି ଏହି ପ୍ରକୃତି ପ୍ରେମୀ ବନସାଥୀ ଗ୍ରାମ ବାସୀ ମାନେ l ଏହିଭଳି ପ୍ରୟାସ ପାଇଁ ଅଞ୍ଚଳରେ ପ୍ରକୃତି ପ୍ରେମୀ ନରତ୍ତମ ଦାସଙ୍କୁ ବହୁତ ପ୍ରଶଂସା କରିଛନ୍ତି l