ପୁରା ଖବର ବିଷୟରେ



ମୁନିଗୁଡା ବଗିଚା ସାହିରେ ଆଜି ଧୂମ ଧାମରେ ପାଳିତ ହେଉଛି ସନ୍ତୋଷୀ ମାତାଙ୍କ ଜନ୍ମ ଉତ୍ସବ।

Aug 13 2022 5:07AM
(ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ସଦର ମହକୁମା ଵଗିଚା ସାହିରେ ମାତା ସନ୍ତୋଷୀ ଦେଵୀଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ଏହି ଉତ୍ସବ ଗତ କାଲିଠାରୁ ଆରମ୍ଭ ହୋଇ ଶନିବାର ଦିନ ପୂର୍ଣ୍ଣାହୁତୀ କରାଯିବ ଵୋଲି କମିଟି ତରଫରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ବଗିଚା ସାହି ଧର୍ମ ନିଷ୍ଠାପର ଓ ଭକ୍ତି ଭାବ ହୋଇ ଉଠିଛି, ସାହିକୁ ଆମିଶ ଓ ମାଦକ ଦ୍ରବ୍ୟ ଆଦିକୁ ଉତ୍ସବ ସରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ବାରଣ କରାଯାଇଛି। ଗତକାଲି ସକାଳ ପ୍ରାୟ 09 ଘଟିକା ପରେ ସମସ୍ତ ଘରର ଝିଅ ଵୋହୁମାନେ ନିଷ୍ଠାପର ଭାଵେ ରହି କଳସ ଧରି ଯାତ୍ରାରେ ଯାଇ ଥିଲେ ଏବଂ ଜଳଧରି ମାଙ୍କ ଜନ୍ମ ଉତ୍ସବ ପିଠକୁ ଆଣିଥିଲେ। ସେଠାରେ ପୁଜକ ତାଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଆଜି ମା ସନ୍ତୋଷୀ ମାତାଙ୍କ ଜନ୍ମ ଉତ୍ସବ କରାଯାଇ ପୂଜାର୍ଚ୍ଚନା ହୋମ ଯଜ୍ଞ ଆଦି ନିତିନିୟମ ଅନୁସାରେ କରାଯାଉଥିବା ଵେଳେ ଵର୍ଷାକୁ ଖାତିରୀ ନକରି ଶହଶହ ମହିଳା ଓ ପୁରୁଷ ଭକ୍ତ ମାଙ୍କ ଜନ୍ମ ଉତ୍ସବ ପିଠରେ ଭକ୍ତି ଭରା ମନରେ ଜମାହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ମହିଳାମାନେ ଅଧିକ ପରିମାଣରେ ଉପସ୍ଥିତ ରହି ଜନ୍ମ ଉତ୍ସବରେ ସହଯୋଗ କରୁଛନ୍ତି।