ପୁରା ଖବର ବିଷୟରେ



ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ

Aug 13 2022 5:05AM
( ପ୍ରସାଦ ଲିମାଙ୍କ ରିପୋର୍ଟ ) ରାୟଗଡ : ରାୟଗଡ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ କୃମିନାଶକ ଦିବସର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ସବୁବେଳେ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇଆସିଛି । ଆମେ ଆମର ସମସ୍ତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସମୟରେ ଏକ ଜୀବନଚକ୍ର ପଦ୍ଧତି ଅନୁସରଣ କରୁ, ଗର୍ଭଧାରଣ ଠାରୁ ଯୁବାବସ୍ଥା ପର୍ଯ୍ୟନ୍ତ ଆମେ ମା’ ଏବଂ ଶିଶୁର ଯତ୍ନକୁ ପ୍ରାଥମିକତା ପ୍ରଦାନ କରୁ ଏବଂ ସେମାନଙ୍କୁ ସ୍ୱାସ୍ଥ୍ୟକର ଜୀବନ ପ୍ରଦାନ କରିବା ତଥା ସ୍ୱାସ୍ଥ୍ୟସେବା ସଠିକ ସମୟରେ ପ୍ରଦାନ କରିବା ପାଇଁ ଜାତୀୟ କୃମିନାଶକ ଦିବସ ଭଳି କାର୍ଯ୍ୟକ୍ରମ କରାଯାଇଛି, ଯାହା ସମସ୍ତ ପିଲାମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି କରିବାରେ ସାହାଯ୍ୟ କରୁଛି ।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସୁପରିଟେଡେଣ୍ଟ ଡାକ୍ତର ବରଦାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଶ୍ରୀ ରୟ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମମତା ଚୌଧୁରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯକ୍ରମ ପରିଚାଳକ ଶ୍ରୀ ଜେ. ରାଜେଶ୍ୱର ରାଓ ପଟ୍ଟନାୟକ, ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟର ଡେପୁଟି ମ୍ୟାନେଜର ଶ୍ରୀ ଭଗବାନ ମେହେର, ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ବାସୁଦେବ ରଥ , ଜାତୀୟ ସ୍ୱାସ୍ଥ୍ୟ ମିଶନ ( ସହରାଞ୍ଚଳ ) ର ସହକାରୀ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ କିରଣ କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହସ୍ପିଟାଲ ପରିଚାଳକ ଶ୍ରୀ ସୌମ୍ୟ ରଞ୍ଜନ ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ ।ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ୨୦୧୫ ମସିହାରେ ୧୧ ଟି ରାଜ୍ୟରେ ଜାତୀୟ କୃମିନାଶକ ଦିବସର ଆରମ୍ଭ କରାଯାଇଥିଲା । ୧ ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ଲକ୍ଷ୍ୟ କରି ସମସ୍ତ ସରକାରୀ ତଥା ସରକାରୀ ସହାୟକ ବିଦ୍ୟାଳୟ, ବେସରକାରୀ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଏହା କାର୍ଯ୍ୟକାରୀ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ କରାଗଲା । ଜାତୀୟ କୃମିନାଶକ ଦିବସ ହେଉଛି ୧-୧୯ ବର୍ଷ ବୟସର ସମସ୍ତ ଶିଶୁଙ୍କ କୃମି ସଂକ୍ରମଣର ଚିକିତ୍ସା ପାଇଁ ଏକ ନିର୍ଦ୍ଧିଷ୍ଟ ଦିବସ ଧାର୍ଯ୍ୟ କରାଯାଇଥାଏ ଏବଂ ପ୍ରତିବର୍ଷ ଫେବୃଆରୀ ଏବଂ ଅଗଷ୍ଟ ମାସରେ ଏହା ଅନୁଷ୍ଠିତ ହୋଇଥାଏ । ଏହି ଦିନ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ କୃମିନାଶକ ଦିବସର ଏକ କାର୍ଯ୍ୟକ୍ରମ କରାଯାଇ ସମସ୍ତ ପିଲାମାନଙ୍କୁ କୃମିନାଶକ ଚିକିତ୍ସା ପ୍ରଦାନ କରାଯାଇଥାଏ । ଅନୁପସ୍ଥିତ କିମ୍ବା ଅସୁସ୍ଥତା ହେତୁ ଯଦି ଏହି ଦିବସରେ କୌଣସି ଶିଶୁ କୃମିନାଶକ ଚିକିତ୍ସାରୁ ବର୍ତ୍ତିଯାଇଥିଲେ, ମପ-ଅପ ଦିବସରରେ କୃମିନାଶକ ଚିକିତ୍ସା ପ୍ରଦାନ କରାଯାଏ ।ଏହି କାର୍ଯ୍ୟକ୍ରମ ଜିଲ୍ଲାର ପ୍ରାୟ ୨୪୦୦ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ୨୧୦୦ ରୁ ଉର୍ଦ୍ଧ୍ବ ଅଙ୍ଗନୱାଡି କେନ୍ଦ୍ରରେ କରାଯିବ । ବିଦ୍ୟାଳୟ ଏବଂ ଅଙ୍ଗନୱାଡି ଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ, ବ୍ୟୟବହୁଳ ଏବଂ ଏହା ଦ୍ୱାରା ଏହି ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚôପାରେ । ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଟାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ ।ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ ତାଲିମ ଦିଆଯିବା ସହିତ ଏହାର ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ । ଏହି ସ୍ୱାସ୍ଥ୍ୟ ସେବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ଦିବସରେ ପିଲାମାନଙ୍କୁ କୃମିନାଶକ ବଟିକା ଦେବା ନିମନ୍ତେ ଏକତ୍ରିତ କରିବା ପାଇଁ ସୁନିଶ୍ଚିତ କରିବା ପାଇଁ ମଧ୍ୟ କୁହାଯାଇଥାଏ ।