ପୁରା ଖବର ବିଷୟରେ



ବିଶ୍ବ ଆଦିବାସୀ ଦିବସ-୨୦୨୨ ପାଳନ ।

Aug 10 2022 6:24AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ଅଗଷ୍ଟ ୯ ତାରିଖ ବିଶ୍ବ ଆଦିବାସୀ ଦିବସ ।ଉକ୍ତ ଦିବସ ସରା ବିଶ୍ବରେ ଆଜି ୨୦୨୨ - ଅଗଷ୍ଟ - ୯ ତାରିଖରେ ପାଳନ କରାଯାଇଥିବା ବେଳେ ରାୟଗଡ଼ା ଜିଲ୍ଲା, ଗୁଣୁପୁର ଠାରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ଏ.ଏସ.ଏମ) ତରଫରୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା କେନ୍ଦ୍ର କମିଟି ସଭ୍ୟ ଶ୍ରୀ ତ୍ରୀପତି ଗମାଙ୍ଗଙ୍କ ନେତୃତ୍ୱରେ ନୂଆ ବସଷ୍ଟାଣ୍ଡ ଗୁଣୁପୁର ଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଆଦିବାସୀ ମାନଙ୍କର ପାରମ୍ପରିକ ବେଶ ପୋଷାକରେ ନାଚଗୀତରେ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗୁଣପୁର ଉପଜିଲ୍ଲାପାଳ ଓ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ୧୬ଦଫା ଦଫା ସମ୍ବଳିତ ସମ୍ବଳିତ ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲେ । ଦେଶ ସ୍ୱାଧୀନତାର 75 ବର୍ଷ ମଧ୍ୟରେ ଆଦିବାସୀ ସଂପ୍ରଦାୟର ସମସ୍ୟା ଯେପରିକି ଜମି,ଜଳ,ଜଙ୍ଗଲ ଶିକ୍ଷା, ସ୍ୱାସ୍ଥ୍ୟସେବା,ଜୀବନ ଜିବିକା,ଖାଦ୍ୟ ସୁରକ୍ଷା ପାନୀୟ ଜଳ ତଥା ସ୍ଵଚ୍ଛତା ଓ ଅଧିକାର ବାହାନାରେ ପ୍ରାକୃତିକ ସମ୍ବଳ ଗୁଡିକର ରାଷ୍ଟ୍ର ଅନୁମୋଦିତ କର୍ପୋରେଟ ଲୁଟପାଟ ବେରୋଜଗାର ଭାବରେ ଚାଲିଛି ଓ ଆଦିବାସୀ ମାନଙ୍କୁ ସେମାନଙ୍କର ଜଳ, ଜଂଗଲ,ଜମିରୁ ବେଦଖଲ କରାଯାଇ ସେମାନଙ୍କ ଜୀବନଜୀବିକା ଏବଂ ବିକାଶକୁ ଅସୁରକ୍ଷିତ କରାଯାଉଛି। ଯାହା ଫଳରେ ସେମାନେ ନିଜର ସଂକୃତି ଏବଂ ଅସମିତାକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛନ୍ତି ବୋଲି ଆଦିବାସୀ ସଂଘର୍ଷ ମୋର୍ଚାର କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଙ୍ଗ କହିଛନ୍ତି।ଏହି ପରିପ୍ରେକ୍ଷୀରେ ସମ୍ବଳିତ ଦାବି ଗୁଡିକ ହେଲା :- ୧ - ଅଗଷ୍ଟ ୯ ତାରିଖ ବିଶ୍ବ ଆଦିବାସୀ ଦିବସକୁ ଛୁଟି ଦିବସ ଘୋଷଣା କରାଯାଉ। ୨ - ଭାରତ ବର୍ଷ (ଆଇ.ଏଲ.ଓ) କନଭେନସନର ନିଷ୍ପତ୍ତି କ୍ରମେ ଆଦିବାସୀ ସମ୍ପ୍ରଦାୟକୁ ସଂରକ୍ଷଣ ମୂଳନିବାସୀ ତଥା ଜନଜାତିର ଜନସଂଖ୍ୟାକୁ କେନ୍ଦ୍ର ସରକାର ଅବିଲମ୍ବେ ଆଲୋଚନା କରନ୍ତୁ। ୩ - ଆଦିବାସୀ ମାନଙ୍କ ସ୍ଵତନ୍ତ୍ର ଧର୍ମକୁ ମାନ୍ୟତା ଦିଆଯିବା ସ୍ଥାନରେ ସେମାନଙ୍କୁ ଜାଣିଶୁଣି ଖ୍ରୀଷ୍ଟିଆନ ଓ ମୁସଲମାନ ଧର୍ମ ବିରୁଦ୍ଧରେ ମତାଯାଇ ସମ୍ପ୍ରଦାୟିକ ଦଂଗା ସୃଷ୍ଟି କରିବା ବନ୍ଦ କରାଯାଉ । ୪ - କେନ୍ଦ୍ର ସରକାର ଦ୍ୱାରା ଜଗଂଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତକୁ ବନ୍ଦ କରାଯାଉ। ୫ - କାଶିପୁର ବ୍ଳକରେ ଝାଡା ବାନ୍ତିରେ ମୃତ୍ୟୁ ହୋଇଥିବା ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ଚିକିତ୍ସା ହୋଇଥିବା ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ।