ପୁରା ଖବର ବିଷୟରେ



କ୍ରାନ୍ତି ଦିବସ ପାଳନ

Aug 9 2022 5:44PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ନବରଙ୍ଗପୁର : ନବରଙ୍ଗପୁର ଆର ସି ଡି ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦ, ନେହେରୁ ଯୁବ କେନ୍ଦ୍ର,ପି ପଏଣ୍ଟ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ, ସମାଜସେବୀ ଜଗନ୍ନାଥ ମହାପାତ୍ର, ପରିଷଦର ଅଧ୍ୟକ୍ଷ ସିରଜ୍ଜୁଦ୍ଦିନ ଅହମଦ, ମୁଖ୍ୟ ବକ୍ତା ବିଜୟ ମିଶ୍ର, ମାଆ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ମଞ୍ଚସିନ ହୋଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ରକାଶିତ ଶିଶୁ ସୁରକ୍ଷା, ଜଳ ପରିମଳ ତଥା କୋଭିଡ ପରିଚାଳନା ସମ୍ପର୍କିତ ପୁସ୍ତକକୁ ଅତିଥିମାନେ ପ୍ରଦର୍ଶନ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ପାଳିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଦେଶ ସ୍ୱାଧୀନତାରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରେଇଥିଲେ। ସମାଜସେବୀ ଜଗନ୍ନାଥ ମହାପାତ୍ର ସ୍ୱାଧୀନତା ଆନ୍ଦୋଳନରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ ସମ୍ପର୍କରେ ସୂଚନା ଦେବା ପାପଡାହାଣ୍ଡି ଗୁଳି କାଣ୍ଡ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜ୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ଜଗନ୍ନାଥ ମହାପାତ୍ର, ଜେମାମଣି ବିଷୋୟୀ, କାଦମ୍ବିନୀ ତ୍ରିପାଠୀ ,ସିରାଜ ଅହମ୍ମଦ ଓ ସମନାଥ ବିଶୋଇ ଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଶେଷରେ ଉଚ୍ଚ ବିଦ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ବ୍ରିଟିଶ ଅମଳର ଜେଲ ଗୃହ ପର୍ଯ୍ୟନ୍ତ ଏକ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସେଠାରେ ଜାତୀୟ ପତାକା ସ୍ଥାପନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସିରଜ୍ଜୁଦ୍ଦିନ ଅହମ୍ମଦ ପରିଚାଳନା କରିଥିଲେ।